
ଲକ୍ଷ୍ମୀପୂର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନା ଙ୍କ କାର୍ଯ୍ୟ କୁ ଚାରିଆଡେ ଚର୍ଚ୍ଚା ଓ ପ୍ରସାଂସ
ଦଶମନୁପୁର / କୋରାପୁଟ : କିଛି ଦିନ ହବ କୋରାପୁଟର ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ଯଦ୍ବାରା ବିଭିନ୍ନ ଜାଗାରେ ବିଭିନ୍ନ ସମସ୍ୟା ଦେଖା ଯାଉଥିବା ବେଳେ ଦଶମନୁପୁର ବ୍ଲକ ସଦର ମୁହୂକୁମା ହରିଜନ ସାହି ଓ ଘାସୀ ସାହି ରେ ଏହି ଲଗାଣ ବର୍ଷା ର ପ୍ରଭାବ ଅତି ଭଇଙ୍କର ରୂପ ଧାରଣ କରିଛି । ଏଠାରେ ଅନେକ କୁଲି ମଜୁରୀୟାଙ୍କ ଘର ଛପର ଉଡେଇ ଜୀବନ ଜୀବିକା ଉପରେ ଚିନ୍ତା ର ପ୍ରଭାବ ପକାଇ ଦେଇଛି । ଏହି ଖବର ପ୍ରସାର ହେବା ପରେ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଲକ୍ଷ୍ମୀପୂର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନା ପ୍ରଶାସନ ପୁଣି ତାଙ୍କ ଦଳର କର୍ମ କର୍ଷା ଙ୍କୁ ସାଥ୍ରେ ନେଇ ପହଞ୍ଚିବା ସହିତ ଛପର ଉଡେଇ ଥୁବା ପ୍ରତି ପରିବାର ଙ୍କ ଘର ଘର ବୁଲି ପଲିଥୁନ ଓ ନିଜ ସକ୍ଷମ ଅନୁସାରେ କିଛି ଆର୍ଥିକ ସହାୟତା କରିଥିଲେ I ପରେ ପରେ ସାହି ର ଭଦ୍ର ବ୍ୟକ୍ତି ଙ୍କୁ ମିଶି ସାହି ରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଯେମିତି ରାସ୍ତା, ପାଣି, କରେଣ୍ଟ ବାଦ୍ଧକ୍ୟ ଭତା ତାର ଅତିଶୀଘ୍ର ସମାଧାନ ଯେପରି କରାଯାଇ ପାରିବ ସେ ବିଷୟ ରେ ଆଲୋଚନା କରିଥିଲେ |ଏହି କାର୍ଯ୍ୟ କୁ ବିଭିନ୍ନ ଗ୍ରାମ ରେ ବିଭିନ୍ନ ଲୋକ ପ୍ରସାଂସ କରିବା ସହିତ ବିଧାୟକ ଶ୍ରୀ ସାଉଁନା ଙ୍କ ଗୁଣ ଗାଉଥୁବା ଦେଖୁବାକୁ ମିଳିଛି । ବିଧାୟକ ଙ୍କ ଗସ୍ତ ସମୟ ରେ ତାଙ୍କ ସାଥ୍ରେ ଉପସ୍ଥିତ ଥିଲେ ଦଶମନୁପୁର ଅତିରିକୁ ତହସିଲଦାର, ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଦଶମନୁପୁର ବ୍ଲକ ସାଂସଦ ପ୍ରତିନିଧୂ ଶ୍ରୀ ପଙ୍କଜ କୁମାର ବାଘ, ବ୍ଲକ କଂଗ୍ରେସ ସମ୍ପାଦକ ଶ୍ରୀ ମୋହନ ପାତ୍ର ହିଆଲ, ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ରମାକାନ୍ତ ଦଳେଇ, ସ୍ଥାନୀୟ ସମିତି ସଭ୍ୟା ସୁଶ୍ରୀ ଗେଲି ବାଘ, ସ୍ଥାନୀୟ ଅଞ୍ଚଳବାସୀ ସମେତ ସକ୍ରିୟ କଂଗ୍ରେସ କର୍ମୀ । କୋରାପୁଟ ଜିଲ୍ଲା ଦଶମନୁପୁର ବ୍ଲକ ରୁ ପ୍ରଶାନୁ ଖୋସ୍ଲା ଙ୍କ ରିପୋର୍ଟ କଳିଙ୍ଗ ଫୋକସ
Leave a Reply