ସୀମାନ୍ତ ଗ୍ରାମ ରାଇପାହାଡ଼ ରେ ବିକାଶର ବାତାସ — ପକ୍କା ରାସ୍ତା ସହ ଆସୁଛି ଆଶାର ଆଲୋକ

Spread the love

ସୀମାନ୍ତ ଗ୍ରାମ ରାଇପାହାଡ଼ ରେ ବିକାଶର ବାତାସ — ପକ୍କା ରାସ୍ତା ସହ ଆସୁଛି ଆଶାର ଆଲୋକ


କୋରାପୁଟ/ନନ୍ଦପୁର (ସିମାଦ୍ରି), ଜୁଲାଇ ୬ – ଦୀର୍ଘଦିନ ଧରି ଅବହେଳିତ ଥିବା କୋରାପୁଟ ଜିଲ୍ଲାର ସୀମାନ୍ତ ଗ୍ରାମ ରାଇପାହାଡ଼ ଏବେ ବିକାଶର ନୂଆ ପଥରେ ଯାତ୍ରା ଆରମ୍ଭ କରିଛି। ଏହି ଗ୍ରାମକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ବାକି ଓଡ଼ିଶା ସହ ଜୋଡିବା ପାଇଁ DMF (ଖଣିଜ ତହବିଲ) ରୁ ୧ କୋଟି ୬୮ ଲକ୍ଷ ୬୯ ହଜାର ଟଙ୍କା ମଞ୍ଜୁରି ମିଳିଛି।
ସୂଚନା ଅନୁଯାୟୀ, ଏହି ଅନୁଦାନରେ ତୁମୁରିଗୁଜା ପ୍ରଧାନମନ୍ତ୍ରୀ ସଡ଼କଠାରୁ ରାଇପାହାଡ଼ ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏହି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଓସନ ଜଣାଇଛନ୍ତି। ଅଖ୍ତିଆର ଚେଷ୍ଟା ର ଚିନ୍ତା ରୁ ବିକାଶର ଦିଗକୁ ଗାଁ ଏକ ସମୟରେ ଆନ୍ଧ୍ରପ୍ରଦେଶ ସରକାର ଗୁପ୍ତଭାବେ ରାଇପାହାଡ଼କୁ ନିଜ ଅଂଚଳ ବୋଲି ଦାବି କରି ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ ଓ ଆବାସ ସୁବିଧା ଯୋଗାଉଥିଲେ, ଓଡ଼ିଶା ପ୍ରଶାସନ ପ୍ରାଥମିକ ଭାବେ ନୀରବ ଥିଲା। ତଥାପି, ଅନେକ ଖବରକାଗଜରେ ଏହି ଅଭିଯୋଗ ଆସିବା ପରେ, ପ୍ରଶାସନ ସଚେତନ ହୋଇ ତତ୍ପରତା ଦେଖାଇଛି।
ଗ୍ରାମବାସୀ ମନେ କହୁଛନ୍ତି…
“ଏତେ ବର୍ଷର ଅପେକ୍ଷା ପରେ ଏଯି ଉନ୍ନତି ଦେଖି ଆମ ହୃଦୟ ଖୁସିରେ ଭରିଯାଇଛି। ଧରିତ୍ରୀ ଓ ଜିଲ୍ଲା ପ୍ରଶାସନଙ୍କୁ ଆମେ ଅନେକ ଧନ୍ୟବାଦ ଜଣାଉଛୁ।”
— ସାବିତ୍ରୀ ବୁରୁଡ଼ି, ଭାରପ୍ରାପ୍ତ ସରପଞ୍ଚ
“ମୋ ଗ୍ରାମ ଜୀବନରେ ପ୍ରଥମେ ଏମିତି ଚାଲିଥିବା ପକ୍କା ରାସ୍ତା ପାଇଁ ମୁଁ ଆଶା ଧରିଛି ଆମ ଛୁଆ ମାନେ ଏବେ ଆସାନିରେ ଶିକ୍ଷା ନେଇପାରିବେ।”
— ବିରଞ୍ଚି ମାଟାମ, ସାମାଜିକ କର୍ମୀ
ଭବିଷ୍ୟତ ପଦକ୍ଷେପ
ଏହି ରାସ୍ତା ନିର୍ମାଣ ସହିତ, ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା ଓ ହେସିଲଦାର ଦେବବ୍ରତ ମହାରଣା ଘୋଷଣା କରିଛନ୍ତି ଯେ, ଶୀଘ୍ର ଗ୍ରାମକୁ:
ଓଡ଼ିଶା ବିଦ୍ୟୁତ ସଂଯୋଗ
ଆବାସ ଯୋଜନା,ପାନୀୟ ଜଳ ବ୍ୟବସ୍ଥା ,ସ୍ବାସ୍ଥ୍ୟ ଶିବିର ,ଜମି ମିଳିତ ପଟ୍ଟା ,ସରକାରୀ ତରଫରୁ ପ୍ରଦାନ କରାଯିବ।
ଅନ୍ତିମ କଥା: ଏ ଗ୍ରାମରେ ବଦଳ ଆସୁଛି
ରାଇପାହାଡ଼ ଏବେ ଅବହେଳାରୁ ଗର୍ବର ଦିଗକୁ ଯାଉଛି। ଏହା ଏକ ଉଦାହରଣ ଯେ, ଖବର ମାଧ୍ୟମ ଓ ସଚେତନ ପ୍ରଶାସନ ମିଳିତେ ଥିଲେ କେତେ ବଡ଼ ପରିବର୍ତ୍ତନ ଆଣିପାରିବ।

ଏଥିପାଇଁ ଧନ୍ୟବାଦ ଜିଲ୍ଲା ପ୍ରଶାସନ ଓ ଅନେକ ଖବର କାଗଜକୁ

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *