ଦିବ୍ୟାଙ୍ଗ ଗହଣରେ ଜନ୍ମଦିନ ପାଳନ କରି ନିଜକୁ ଧନ୍ୟ ମନେ କଲେ ବିଧାୟକ ଗୌରୀଶଙ୍କର ମାଝୀ

Spread the love

ନବରଙ୍ଗପୁର, ୧୨/୭ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ତାଙ୍କ ୪୬ତମ ଜନ୍ମଦିନକୁ ଏବେ ସ୍ମୃତିମୟ ଓ ସାମାଜିକ ଉଦ୍ଦେଶ୍ୟରେ ପରିବର୍ତ୍ତିତ କରିଛନ୍ତି। ସ୍ଥାନୀୟ ଆଶାକିରଣ କେନ୍ଦ୍ରରେ ଥିବା ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦିନଟି ପାଳନ କରି, ସେ ଏହାକୁ ତାଙ୍କ ଜୀବନର ଏକ ଅମୃତ ମୁହୂର୍ତ୍ତ ବୋଲି ବ୍ୟଖ୍ୟା କରିଛନ୍ତି।
କେକ୍ ବଦଳରେ ଛେନାପୋଡ଼ କାଟି ସମସ୍ତଙ୍କୁ ବିତରଣ କରିଥିବା ବିଧାୟକ, ଛାତ୍ରଛାତ୍ରୀମାନଙ୍କ ପାଇଁ ଖାତା, ବହି, ପେନ, ଚକଲେଟ୍ ଓ ମିଷ୍ଟାନ୍ନ ସହିତ ଜଳଯୋଗା ବ୍ୟବସ୍ଥା ମଧ୍ୟ କରିଥିଲେ। ଏହା ସହ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶ ନେଇଥିଲେ।
ଏହି ସେବାମୂଳକ କାର୍ଯ୍ୟକ୍ରମରେ ତାଙ୍କ ସହ ଉପସ୍ଥିତ ଥିଲେ:ତାଙ୍କ ସ୍ତ୍ରୀ ତରୁଣୀ ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାଶ, ସାଧାରଣ ସମ୍ପାଦକ ଦେବଦାସ ମହାଙ୍କୁଡ, ଯୁବମୋର୍ଚ୍ଚା ସମ୍ପାଦକ ଅନନ୍ତ ପଣ୍ଡା, ଭୁବନ ନାୟକ, ରୁନା ମାଝୀ, ଅମୁଲ୍ୟ ମିଶ୍ର, ଲିଟୁ ମାଝୀ, ଅଶ୍ବିନୀ ଷଡଙ୍ଗୀ, ଟିଙ୍କୁ ଜେଉନ ଓ ଆଶାକିରଣ ଅଧ୍ୟକ୍ଷ ଡଃ ଜଗନ୍ନାଥ ବେହେରା।
ବିଧାୟକ କହିଛନ୍ତି, “କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସରଙ୍କ ପାଇଁ ଯୋଜନା ଆଣୁଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟଧାରାରେ ଆଣି ସ୍ୱାଭିମାନ ସହ ବଞ୍ଚିବା ଅଧିକାର ଦେବାକୁ ଆମେ ପ୍ରତିବଦ୍ଧ।”
ସେ ଅନ୍ୟ ପିତାମାତାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ, ଯଦି କୌଣସି ପିଲା ଏଭଳି ଅବସ୍ଥାରେ ଥାଏ, ତେବେ ତୁରନ୍ତ ଆଶାକିରଣ କେନ୍ଦ୍ରରେ ଭର୍ତ୍ତି କରି ଉନ୍ନତ ଶିକ୍ଷା ଓ ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *