ସାମ୍ବାଦିକ ନରେଶଙ୍କ ହତ୍ୟା: ଦୋଷୀଙ୍କୁ ଗିରଫ କରିବା ଓ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି।

Spread the love

ଜୟପୁର/କୋରାପୁଟ, ୧୫ ଜୁଲାଇ – ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ବଢ଼ୁଥିବା ଅତ୍ୟାଚାର ଏବଂ ନିର୍ମମ ହତ୍ୟା ଘଟଣାକୁ ନେଇ ଚିନ୍ତା ଓ ନିନ୍ଦା ଜଣାଉଛି ସମ୍ପୂର୍ଣ୍ଣ ସାମ୍ବାଦିକ ବୃନ୍ଦ। ଗତ ୧୧ ତାରିଖରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବେବ୍ ଚାନେଲର ପ୍ରତିନିଧି ସିଏଚ ନରେଶ କୁମାରଙ୍କୁ ଅପରାଧୀ ଦୁର୍ବୃତ୍ତମାନେ ନିର୍ମମ ଭାବରେ ହତ୍ୟା କରିଥିବା ଘଟଣାରେ ସାମ୍ବାଦିକ ମହଳ ମଧ୍ୟରେ ଭୟ ବ୍ୟାପିଛି।
ଏହି ଘଟଣା ପରେ, କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେ ଜେଡ ଏସ ଏସ)  ଓଡ଼ିଶା ଜାନର୍ନାଲିଷ୍ଟ ୟୁନିଅନ (ଓୟୁଜେ) ସଂଯୁକ୍ତ ପକ୍ଷରୁ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିମିତ୍ତରେ ଜିଲ୍ଲାପାଳ ଭି. କିର୍ତ୍ତୀଭାସନଙ୍କ ହସ୍ତେ ପ୍ରଦାନ କରାଯାଇଛି।

ମୁଖ୍ୟ ଦାବିସମୂହ: ନରେଶଙ୍କ ହତ୍ୟାରେ ଜଡିତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା। ମୃତ ସାମ୍ବାଦିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଅର୍ଥିକ କ୍ଷତିପୂରଣ।ଓଡିଶାରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବୈଧ ସୁରକ୍ଷା ଆଇନ ପ୍ରଣୟନ।ସଂଘ ପକ୍ଷରୁ ଉପସ୍ଥିତ ବକ୍ତାମାନେ କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ରୂପ ରକ୍ଷା ପାଇଁ ଗଣମାଧ୍ୟମ ଏକ ଅତ୍ୟନ୍ତ ଜରୁରୀ ଶକ୍ତି। ଏହି ବୃତ୍ତିରେ ନିର୍ବିଘ୍ନ ଭାବରେ କାମ କରିବା ପାଇଁ ସାମ୍ବାଦିକମାନେ ନିଜକୁ ସୁରକ୍ଷିତ ଭାବେ ଅନୁଭବ କରିବା ଅତି ଆବଶ୍ୟକ।ଏହି ଅବସରରେ ସଂଘର ସଭାପତି ଶଶଧର ରାଉତଙ୍କ ନେତୃତ୍ୱରେ ବେଶ କିଛି ଅଧିକାରୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶରତ ନାୟକ, ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ଦିଲ୍ଲୀପ୍ କୁମାର ମହାନ୍ତି, ସୌମ୍ୟରଞ୍ଜନ ସାହୁ, ଉପଦେଷ୍ଟା ମନୋଜ ପଟ୍ଟନାୟକ, ରାଜେନ୍ଦ୍ର ଗୌଡ଼, ସନ୍ତୋସ ପାତ୍ର, ସୁଶାନ୍ତ ପାତ୍ର, ପ୍ରଦୀପ ରାଉତ, ପ୍ରଶାନ୍ତ ମହାନ୍ତି, ସୁନ୍ଦର ପାଣି ପ୍ରମୁଖ ଅଛନ୍ତି।ସାମ୍ବାଦିକମାନଙ୍କ ଉପରେ ହୋଇଥିବା ହିଂସା ଓ ଜଣେ ଅଭିକାଙ୍କ ହତ୍ୟା ରାଜ୍ୟ ସରକାର ଓ ଗଣତନ୍ତ୍ର ପ୍ରତି ଏକ ଚେତାବନୀ ଭାବରେ ଗ୍ରହଣ କରାଯିବା ଉଚିତ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *