ବେଆଇନ କ୍ଲିନିକ୍‌ ଗୁଡ଼ିକ ଅନଧିକୃତ ଭାବରେ କରୁଛନ୍ତି କ୍ୱାକ୍‌ ଚିକିତ୍ସା

Spread the love

ବାହାର ରାଜ୍ୟରୁ ଆସି ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଅଧିକ ଫି ନେଇ ଚିକିତ୍ସା କରୁଛନ୍ତି।

ନନ୍ଦପୁର/କୋରାପୁଟ, ୧୬ /୭ କୋରାପୁଟ ଜିଲ୍ଲାର ନନ୍ଦପୁର ଓ ଲମତାପୁଟ ବ୍ଲକ୍‌ର ବହୁ ପଞ୍ଚାୟତ ଅଞ୍ଚଳରେ ଅନଧିକୃତ ଭାବରେ କ୍ୱାକ୍‌ ଚିକିତ୍ସକମାନେ ଡାକ୍ତର ପରି ଚିକିତ୍ସା ସେବା ପ୍ରଦାନ କରୁଛନ୍ତି। ବାହାର ରାଜ୍ୟରୁ ଆସିଥିବା ଏହି ବ୍ୟକ୍ତିମାନେ ନିଜକୁ ରେଜିଷ୍ଟର୍ଡ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଅଧିକ ଫି ନେଇ ଚିକିତ୍ସା କରୁଛନ୍ତି। ପ୍ରସବ, ହାଡ଼ ଭଙ୍ଗା, ଦନ୍ତ ଓ ଅନ୍ୟାନ୍ୟ ରୋଗ ସମ୍ପର୍କରେ ଅତ୍ୟାଧୁନିକ ଉପକରଣ ସହିତ ଔଷଧ ଦେଇ ଚିକିତ୍ସା କରାଯାଉଛି। ସ୍ଥାନୀୟ ଲୋକମାନେ ନିକଟରେ ସୁବିଧା ମିଳୁଥିବାରୁ ବୈଧତା ବିଷୟରେ ଧ୍ୟାନ ଦେଉନାହାନ୍ତି। କିନ୍ତୁ ଏହାର ଫଳରେ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଔଷଧ ଦ୍ୱାରା ରୋଗୀଙ୍କ ମୃତ୍ୟୁ ହେଉଥିବା ଘଟଣା ମଧ୍ୟ ଘଟିଛି। ତଥାପି ଭୟ ଓ ଅସହାୟତା ଦ୍ୱାରା ପରିଜନ ମାନେ ଅଭିଯୋଗ କରୁନାହାନ୍ତି। ଜିଲ୍ଲାରେ ସରକାରୀ ଓ ବେସରକାରୀ ମିଶି ୮ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଥିବା ବେଳେ ତାଳ-ମେଳ ବିହୀନ ସ୍ବାସ୍ଥ୍ୟସେବା, ଡାକ୍ତରଙ୍କ ଅଭାବ, ଦୂରତା ଓ ଯାତାୟାତ ସମସ୍ୟା ଥିବାରୁ ଗ୍ରାମାଞ୍ଚଳରେ ଏମିତି କ୍ଲିନିକ୍ ଖୋଲିବାକୁ ସୁଯୋଗ ମିଳୁଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଜଣାଇଛନ୍ତି ଯେ, ଏହି ଅବସ୍ଥାରେ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ତଦାରଖ କରୁନାହାନ୍ତି। ଯାଞ୍ଚ ଓ ଅନୁମୋଦନ ବିନା ଚାଲୁଥିବା ଏହି କ୍ଲିନିକ୍‌ ଓ ଡାକ୍ତର ପରି ଅଭିନୟ କରୁଥିବା କ୍ୱାକ୍‌ମାନଙ୍କୁ ଏପରି ବିକାଶ ପାଇବାରୁ ବାଞ୍ଚିତ କରିପାରିବା ନୁହେଁ। ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଦୁବରାଜ ମୁର୍ମୁ ଜଣାଇଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗର ଅନୁମତି ବିନା କୌଣସି କ୍ଲିନିକ୍ କିମ୍ବା ସ୍ବାସ୍ଥ୍ୟ କ୍ୟାମ୍ପ ଚାଲାଇବା ବେଆଇନ। କୋରାପୁଟ ଜିଲାପାଳ ଭି. କୀର୍ତ୍ତିୱସନ ସୂଚନା ଦେଇଛନ୍ତି ଯେ, ଖୋଲିଥିବା ବେଆଇନ କ୍ଲିନିକ୍‌ଗୁଡ଼ିକ ଉପରେ ଜାନ୍ଚ ଅଭିଯାନ ଆରମ୍ଭ ହେବ। ସାଧାରଣ ଜନତାଙ୍କୁ ସଚେତନ ହୋଇ ବୈଧ ଡାକ୍ତର ନିକଟରେ ଚିକିତ୍ସା ନେବା ପାଇଁ ଅନୁରୋଧ କରାଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *