କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ

Spread the love

କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ

ନବରଙ୍ଗପୁର,୧୮/୭ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଝିଅମାନଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ  “ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ”  ଏବଂ “ବିଜୁ କନ୍ୟା ରତ୍ନ” ଯୋଜନା ମାଧ୍ୟମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ଫଳ ଚାରା ଆମ୍ବ, ସଜନା,  ପିଜୁଳି,  ଅଁଳା, ବଉଳ, ଜାମୁକୋଳି  ଆଦି ବୃକ୍ଷ ରୋପଣ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ  ତପନ କୁମାର ଖୁଣ୍ଟିଆ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,   ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ,  ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା,  ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ପ୍ରଭାତ କୁମାର ପଟ୍ଟନାୟକ,  ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ,  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନତୀ ଦାଶ,   ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ  ସନ୍ତୋଷ କୁମାର ସାହୁ, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନ ପ୍ରଧାନ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ  ପ୍ରଧାନ ଶିକ୍ଷକ ଗୌତମ ବାରିକ, ଶିକ୍ଷକ ଜଗନ୍ନାଥ ରାଓ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ବିଷୟ ଉପରେ ଆଲୋକପାତ କରିଥିଲେ, ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି ସହ ଶିଶୁ କନ୍ୟା ପାଇଁ ଲିଂଗଗତ ଅସମାନ୍ୟତା ଦୂର କରିବା ସମାଜରେ ତିଷ୍ଠିରହିବା ଏବଂ ସୁରକ୍ଷା ଓ ଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି, ଏବଂ ଏକ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ବୈଶିଷ୍ଟ୍ୟ ଅଟେ l  ଯୋଜନା ଅଧୀନରେ ଉପସ୍ଥିତ ପ୍ରତ୍ୟେକ ନବଜାତ କନ୍ୟା ସନ୍ତାନର ପରିବାରକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ  ତପନ କୁମାର ଖୁଣ୍ଟିଆ ଙ୍କ ଦ୍ୱାରା ଗର୍ବର ପ୍ରତୀକ ଭାବରେ ଏକ ଗଛ, ବିଶେଷକରି ଏକ ଫଳ ଗଛ ଲଗାଇବା ସହ ସମସ୍ତ ନବଜାତ କନ୍ୟା ସନ୍ତାନର ପରିବାରକୁ ଏକ ମାନପତ୍ର ସହ ଏକ ଉପହାର ଦେଇ ସମ୍ମାନୀତ କରାଯାଇଥିଲା l ପରିଶେଷରେ ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପ୍ରୋବେସନ ଅଫିସର କିଶୋର ଚନ୍ଦ୍ର ମାର୍ଥା କାର୍ଯ୍ୟକ୍ରମ ପରିଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *