ସୀମାଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ୱ ସଙ୍କଟ: ୬ ବିଦ୍ୟାଳୟ ବନ୍ଦ ।

Spread the love

ବନ୍ଧୁଗାଁ/କୋରାପୁଟ, ୧୯/୭ ଆନ୍ଧ୍ର ସୀମାଠାରେ ଅବସ୍ଥିତ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ଓଡ଼ିଆ ଭାଷା ଅସ୍ତିତ୍ୱ ସଂକଟରେ ପଡ଼ିଛି। ତେଲୁଗୁ ଭାଷାର ବଢ଼ିଥିବା ପ୍ରଭାବ ଏବଂ ଶିକ୍ଷା ସୂଚନାର ଅଭାବ କାରଣରୁ ଓଡ଼ିଶା ରାଜ୍ୟର ଅନେକ ବିଦ୍ୟାଳୟ ବନ୍ଦ ହେଉଛି। ବନ୍ଧୁଗାଁ ବ୍ଲକର ୪ ପଞ୍ଚାୟତର ମୋଟ ୩୦ ଶିଶୁ ତେଲୁଗୁ ଶିକ୍ଷା ପାଇଁ ଆନ୍ଧ୍ରପ୍ରଦେଶର ବିଦ୍ୟାଳୟକୁ ଯାଉଛନ୍ତି।
କାପଲଡା ପଞ୍ଚାୟତର ତାଡିୱାଲସା, ଜୟକଟା, ସାନବାଙ୍କିଡ଼ି, ମାନିକିୱାଲସା, ଏମ୍ଫାବାଲସା ଓ ପମାଗଣ୍ଡାର ଜାରୱା ଓ ସିରାଝଲା ବିଦ୍ୟାଳୟ ପିଲା ଅଭାବରୁ ବନ୍ଦ ହୋଇଯାଇଛି। ଏହି ଅଞ୍ଚଳର ଲୋକମାନେ ଆନ୍ଧ୍ରର ପାର୍ବତୀପୁରମ ଉପରେ ନିର୍ଭର କରୁଥିବାରୁ ତେଲୁଗୁ ଭାଷା ପ୍ରଭାବ ଅଧିକ।
ଗତେକ ବର୍ଷ ଧରି ଓଡ଼ିଶା ଶିକ୍ଷା ବିଭାଗ ଦ୍ୱାରା ତେଲୁଗୁ ଶିକ୍ଷକ ନିଯୁକ୍ତି ବନ୍ଦ ହୋଇଯିବାରୁ ଅଭିଭାବକମାନେ ପିଲାଙ୍କୁ ଆନ୍ଧ୍ରକୁ ପଠାଉଛନ୍ତି। ଅନେକ ଶିଶୁ ଆନ୍ଧ୍ର ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ଯଦିଓ ମାଧ୍ୟମିକ ଶିକ୍ଷା ପାଇଁ ମିଳୁଥିବା ‘ମାଧ୍ୟମ ସିଂ’ ଯୋଜନା ଉପରେ ସହାୟତା ମିଳୁଛି, ତେବେ ଏହି ଯୋଜନାର ସଫଳତା ସନ୍ଦିଗ୍ଧ ହେଉଛି।
ସୀମାଞ୍ଚଳର ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ପାଇଁ ସରକାରଙ୍କୁ ତୁରନ୍ତ ଦୃଷ୍ଟିପାତ କରି ଶିକ୍ଷା ଢାଞ୍ଚା ମଜବୁତ କରିବା ଦରକାର।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *