ଏନକାଉଣ୍ଟରରେ ଛଅ ମାଓବାଦୀ ନିହତ, ମୁଖ୍ୟ ନେତା ସମେତ ଚିହ୍ନଟ ଅସ୍ତ୍ର, ବିସ୍ଫୋରକ ଓ ରାଇଫଲ ଜବତ ।

Spread the love

ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଅପରେସନ ମନସୁନ୍‌ ର ସଫଳତା

ମାଲକାନଗିରି, ୧୯ /୭ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଆବୁଝମାଡ଼ ଜଙ୍ଗଲର ପରିଆ କାକୁଲ ନାମକ ସ୍ଥାନରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଘଟିଥିଲା। ଏହି ଏନକାଉଣ୍ଟରରେ ଛଅ ଜଣ ମାଓବାଦୀ ଗୋଳି ଲାଗି ନିହତ ହୋଇଛନ୍ତି। ଏହି ଅଭିଯାନରେ କୌଣସି ଯବାନ ହତାହତ ହେବାର ଖବର ମିଳିନାହିଁ।
ନାରାୟଣପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ରବିନସନ ଗୁଡିଆ ସୂଚନା ଦେଉଥିବାଏଁ କହିଛନ୍ତି ଯେ ନିହତ ମାଓବାଦୀମାନଙ୍କ ଚିହ୍ନଟ କରାଯାଇଛି। ଏମାନେ ହେଲେ:
ଡିଭିସିଏମ କମାଣ୍ଡର ରାହୁଲ ପୁନେମ ଅଲିଆସ୍ ଲଛୁ (୩୮)ପାର୍ଟି ମେମ୍ବର ଉଙ୍ଗି ତାଟି (୨୪)ପାର୍ଟି ମେମ୍ବର ମନିଷା (୨୫)ପାର୍ଟି ମେମ୍ବର ତାଟି ମୀନା (୨୨)ପାର୍ଟି ମେମ୍ବର ହରିଶ ଓରଫ କୋସା (୨୫)
ପାର୍ଟି ମେମ୍ବର କୁଡାମ ବୁଦୁରୀ (୨୧)ପୋଲିସ ତଥ୍ୟ ଅନୁସାରେ, ଏହି ମୃତ ମାଓବାଦୀଙ୍କ ଉପରେ ସରକାର ମୋଟ ୪୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।
ଏହି ଅପରେସନ୍‌ ମନସୁନ୍‌ ଅଭିଯାନରେ ବିଏସଏଫ୍, ଏସଟିଏଫ୍, ଡିଆରଜି ସେନା ସାମିଲ ଥିଲେ। ଘଟଣାସ୍ଥଳରୁ ଏକେ-୪୭ ଗନ୍, ଏସଏଲଆର, ୧୨ ବୋର ଗନ୍, ୮୩ଟି ବିଏଲଜି ସେଲ୍ ଓ ଅନେକ ବିସ୍ଫୋରକ ଜବତ କରାଯାଇଛି।
ପୋଲିସ କହିଛି ଯେ ଏହି ସଫଳତା ମାଓବାଦୀ ବିରୋଧୀ ଅଭିଯାନରେ ବଡ଼ ଅଗ୍ରଗତି। ସରକାରଙ୍କ ବିଭିନ୍ନ ଯୋଜନା ଓ ପୁନର୍ଦ୍ଦେଶନା ଫଳରେ ମାଓ କ୍ୟାଡର ମଧ୍ୟରେ ଧୀରେଧୀରେ ଅସନ୍ତୋଷ ବଢ଼ୁଛି। ବହୁମାନେ ଏବେ ମୁଖ୍ୟ ସ୍ରୋତରେ ଫେରିବାକୁ ଇଚ୍ଛୁକ।
ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି:
ଏହି ମାଓ ଦଳ ବିରୋଧୀ କାର୍ଯ୍ୟ ଅନ୍ତର୍ଗତରେ ମାଲକାନଗିରି ସୀମାନ୍ତର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ହେଉଛି ତେଲେଙ୍ଗାନା ରାଜ୍ୟର ରାଚକୋଣ୍ଡା ପୁଲିସ ନିକଟରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ସଚିବ ମାଲା ସଂଜୀବ ଅରଫ୍ ଲେଙ୍ଗୁ ଦାଦା (୬୨) ଓ ତାଙ୍କ ପତ୍ନୀ ଷ୍ଟେଟ କମିଟି ମେମ୍ବର ପେରାଗୁଡା ପାର୍ବତୀ ଅରଫ ଦୀନା (୫୦) ଆତ୍ମସମର୍ପଣ କରିଛନ୍ତି। ଏମାନେ ପ୍ରାୟ ୪୫ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିଥିଲେ।
ଏହି ଆତ୍ମସମର୍ପଣ ସୂଚିତ କରୁଛି ଯେ ମାଓ ଚଳାଚଳ ଧୀରେ ଧୀରେ ଦୂର୍ବଳ ହେଉଛି ଓ ଏହା ଅଞ୍ଚଳ ଶାନ୍ତି ଓ ବିକାଶ ପଥରେ ଆଗେଇଯିବାକୁ ଚେଷ୍ଟା କରୁଛି।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *