ଜୟପୁର ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା

ଜୟପୁର,23/7 ଜୟପୁର ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା । ଦିନକରେ ଅପରାଧୀ ଗ୍ୟାଙ୍ଗ୍ର ୧୫ ଜଣଙ୍କୁ ଗିରଫ କରାଯାଇଛି। ଚୋରି, ଏଟିଏମ୍ ଲୁଟ୍ ଉଦ୍ୟମ, ଦାଦାବଟି ଆଦାୟ, ଲୁଟ୍ପାଟ ଏବଂ ଗୋଷ୍ଠୀ ସଂଘର୍ଷରେ ସେମାନଙ୍କ ସମ୍ପୃକ୍ତି ରହିଛି। ଅଭିଯୁକ୍ତମାନେ ହେଲେ ପଦ୍ମନ ମାଛ (୨୩), ରାଜୁ ମୁଦୁଲି ଓରଫ୍ ମୋଟୁ(୨୩), ସନ୍ତୋଷ ଆଚାର୍ଯ୍ୟ(୨୧), ବାଦଲ ପୂଜାରୀ (୧୯), ହି ପ୍ରମ ନାଗ (୧୯), ପୀୟୂଷ ଖରା(୧୯), ଅଙ୍ଗନ ସାଗର ଓରଫ୍ କଉଡ଼ୁ (୨୦), ସନ୍ତୋଷ କଚିମ(୨୦), ପିଣ୍ଡୁ ହିଆଲ (୨୧), ରସିଦ୍ ଖାନ୍(୨୯), ମୋଇନ୍ ଖାନ୍(୨୯), ରାଜୁ ମାଝୀ ଓରଫ୍ ମୋଟୁ (୨୩), ଆକାଶ ହରିଜନ (୨୦), ମହେଶ ସାଗର ଓରଫ୍ ଦୈତାରି, ରବୀନ୍ଦ୍ର ବାଘ (୩୦)। ସହର ଏବଂ ସଦର ବ୍ଳକରେ ବଢ଼ୁଥିବା ଅପରାଧ ନିୟନ୍ତ୍ରଣକୁ ଫୋକସ୍ କରିଛି ପୁଲିସ। ତିଆରି କରିଛି ସ୍ବତନ୍ତ୍ର ଆକ୍ସନପ୍ଲାନ୍। ଦାଦାବଟି ଆଦାୟ, ଲୁଟ୍ପାଟ ଲାଗି ଜାରି କରିଛି ସ୍ବତନ୍ତ୍ର ହେଲ୍ପଲାଇନ୍ ନମ୍ବର। ଅପରାଧୀଙ୍କ ତାଲିକା ପ୍ରସ୍ତୁତି, ସହରର ବିଭିନ୍ନ ପ୍ରବେଶପଥରେ ନାକା, ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଇବା ଏବଂ ଧରପଗଡ଼ ଉପରେ ଗୁରୁତ୍ୱ ଦେଇଛି। ସମସ୍ତଙ୍କ ସହଯୋଗରେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଏସ୍ପି ରୋହିତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଆଜି ଅପରାହ୍ଣରେ ଟାଉନଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଏସ୍ପି ଶ୍ରୀ ବର୍ମା। ଏସ୍ଡିପିଓ ପାର୍ଥ ଜଗଦୀଶ କଶ୍ୟପ, ଆଇଆଇସି ଉଲ୍ଲାସ ଚନ୍ଦ୍ର ରାଉତ, ସଦରଥାନା ଆଇଆଇସି ସଚ୍ଚନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଦିନକରେ ୭ ମାମଲରେ ୧୫ ଜଣଙ୍କୁ ଗିରଫ କରିବାକୁ ପ୍ରଶଂସା କରିଥିଲେ। କହିଥିଲେ, କୋରାପୁଟ ପୁଲିସ ଜିଲ୍ଲାରେ ଜୟପୁର ପ୍ରମୁଖ। ଏଠାରେ ବିଭିନ୍ନ ଧରଣର ଅପରାଧ ହେଉଛି। ଏହାକୁ ଆଖିରେ ରଖି ସ୍ବତନ୍ତ୍ର ଆକ୍ସନପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଫେରାର, ବେଲ୍ରେ ଆସିଥିବା ଅପରାଧୀଙ୍କ ତାଲିକା ପ୍ରସ୍ତୁତି, ବେଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ଅଭ୍ୟାସଗତ ଅପରାଧୀଙ୍କୁ ବାଉଣ୍ଡ୍ଡାଉନ୍, ଗଞ୍ଜେଇ ମାଫିଆଙ୍କ ସମ୍ପରି ଜବତ, ଗ୍ରାଫିକ୍ ନିୟମ ଭାଙ୍ଗୁଥିବା ୪ ମାସରେ ୧୪୭ କୋର୍ଟ ଚାଲାଣ ଗତ ୪ ମାସରେ ଅନେକ ସଫଳତା ସାଉଣ୍ଟିଛି ଜୟପୁର ଉପଖଣ୍ଡ ପୁଲିସ। ବିଭିନ୍ନ ମାମଲାରେ ମୋଟ ୧୪୭ ଜଣ ଗିରଫ ହୋଇଛନ୍ତି। ଡକାୟତି ଛିନତାଇ, ଚୋରି ମାମଲାରେ ୮୧, ଦାଦାବଟିରେ ୧୦, ଗଞ୍ଜେଇ କାରବାରରେ ୩୧, ଅପହରଣରେ ୬ ଏବଂ ସଂଗଠିତ ଅପରାଧ ମାମଲାରେ ୧୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ୬୦ ଗ୍ରାମ ସୁନା ଅଳଙ୍କାର, ୨ ହଜାର ୫୦୦ କେଜି ଗଞ୍ଜେଇ, ନିଶା ଇଞ୍ଜେକ୍ସନ, ୬ ଲକ୍ଷ ୭୫ ହଜାର ଟଙ୍କା, ୪ ବନ୍ଧୁକ, ୪୦ ଦୁଇ ଚକିଆ, ୭ କାର, ଟ୍ରାକ୍ଟର, ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଜୟପୁର ଟାଉନ, ସଦର ଏବଂ ବୈପାରିଗୁଡ଼ା ଥାନାରେ ଏହି କାର୍ଯ୍ୟାନୁଷ୍ଠାନ ସାବାଡ଼ କରାଯିବ। ସହରର ସିସିଟିଭି କ୍ୟାମେରା ନିୟମିତ ଯଞ୍ଚ୍, ଖରାପ କ୍ୟାମେରା ମରାମତି ସହ ବ୍ଲାକ୍ସ୍କଟ୍ ଚିହ୍ନଟ ପରେ ସେଠାରେ ନୂଆ ଲଗାଯିବ। ଆମ ପୁଲିସ ସମିତି ଭଳି ସହର ଏବଂ ଗ୍ରାମାଞ୍ଚଳରେ ମୁଦୁଲି(୨୩)କୁ ଗିରଫ କରାଯାଇଛି। ଜୁଲାଇ ୧୬ରେ ସଦର ବ୍ଲକ କଂଗା ପଖନାଗୁଡ଼ାର ଡମ୍ବରୁଧର ଦିସାରୀଙ୍କ ପାଖରୁ ଏମ୍ଜି ରୋଡ୍ରୁ ଟଙ୍କା ଲୁଟ୍ ମାମଲାରେ ଗୋପବନ୍ଧୁନଗରର ସନ୍ତୋଷ ଏବଂ ଓଡ଼ିଆ ମେଦ୍ରୀସାହିର ବାଦଳଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୧୦ ହଜାର ଟଙ୍କା ଉଦ୍ଧାର କରାଯାଇଛି । ୧୯ ତାରିଖ ରାତିରେ ବିଜୁରଜାନଗର, ଖ୍ରୀଷ୍ଟିଆନସାହି, ନୂଆସାହି ଏବଂ ଡିଆଇସି କଲୋନିରେ ଗୋଷ୍ଠୀଗତ ମାରପିଟ ହୋଇଥିଲା। ଏଥିରେ ଉଭୟ ପକ୍ଷର ଏକାଧିକ ଆହତ ହୋଇଥିଲେ। ମାମଲାରେ ବିଜୁରାଜ ନଗରର ହିପ୍ରମ, ପୀୟୂଷ ଏବଂ ଗୋପବନ୍ଧୁନଗରର ଅଙ୍ଗନ ସାଗର ଓରଫ କଉଡ଼ୁ (୨୦), ନୂଆସାହିର ସନ୍ତୋଷ ଏବଂ ପିଣ୍ଡୁଙ୍କୁ ଗିରଫ କରାଯାଇଛି । ୨୦ ତାରିଖରେ ପାରାବେଡ଼ା ଏସ୍ବିଆଇ ଏଟିମ୍ ଭାଙ୍ଗି ଲୁଟ୍ ଉଦ୍ୟମରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ହରିଆଣା ମେୱାତ ସିଙ୍ଗାଲହେରିର ରସିଦ୍ ଏବଂ ମୋଇନ୍। ସେମାନଙ୍କ ପାଖରୁ ୩ ହଜାର ଟଙ୍କା ଏବଂ ଏଟିଏମ୍ ଭଙ୍ଗାରେ ବ୍ୟବହୃତ କିଟ୍ ଜବତ କରାଯାଇଛି। ଆଜି ପୂର୍ବାହ୍ନରେ ପୁରୁଣାଗଡ଼ ଛକରେ ଦାଦାବଟି ଆଦାୟ ଏବଂ ପୁଲିସକୁ ଗାଳିଗୁଲଜ ମାମଲରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେହେଲେ ହାଟପଦାର ରାଜୁ, ଜୟନଗର ପାଇକସାହି ଚିଲିଗୁଡ଼ାର ଆକାଶ, ମହେଶ ଏବଂ ଗୋପବନ୍ଧୁନଗରର ରବୀନ୍ଦ୍ର। ଆଇଆଇସି ଶ୍ରୀ ରାଉତ, ଏସ୍ଆଇ ଗୋବିନ୍ଦଚନ୍ଦ୍ର ହଂସଦା, ନବୀନ ଚନ୍ଦ୍ର ଚୌଧୁରୀ, ରୁଚିକାନ୍ତ ମହାକୁଡ଼ ଏବଂ ଏଏସ୍ଆଇ ସୁଭାଷ ଚନ୍ଦ୍ର ଷଡ଼ଙ୍ଗୀ ମାମଲାଗୁଡ଼ିକର ତଦନ୍ତକାରୀ ଅଧିକାରୀ ଅଛନ୍ତି।