ବୈପାରିଗୁଡ଼ାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ – ବିଏସଏଫ ଯବାନଙ୍କ ଅଭିଯାନରେ ମାଓ ସଜିଷ୍ଟା ଭଣ୍ଡାଫୋଡ

Spread the love

ବୈପାରିଗୁଡ଼ା, କୋରାପୁଟ 7/24 କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳରେ ମାଓବାଦୀ ଚଳଚଳନା ସମ୍ଭାବନା ସହିତ ବିଏସଏଫ ଯବାନମାନେ ଏକ ସଫଳ ଅପରେସନ୍‌ରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏହି ସାମଗ୍ରୀ ଘୋଡାଘାଟ ପାହାଡ଼ର ଏକ ପଥର ତଳେ ଲୁଚାଇ ରଖିଥିବା ଥିଲା ବୋଲି ସୂଚନା ମିଳିଛି।
୧୮୦ ବିଏସଏଫ ବାଟାଲିୟନ ଯବାନମାନେ ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ ସାବେରୀ ନଦୀ କୂଳ ନିକଟସ୍ଥ ଘୋଡାଘାଟ ପାହାଡ଼ରେ ସୂଚନା ଅନୁଯାୟୀ ତଦନ୍ତ ଅଭିଯାନ ଚଳାଇ ଥିଲେ। ବୋମା ସନ୍ଧାନ ଯନ୍ତ୍ର ଦ୍ୱାରା ଖୋଜାଖୋଜି କରି ଏକ ପଥର ତଳେ ଲୁଚାଇ ରଖାଯାଇଥିବା ୨୭ଟି ଜିଲୋଟିନ ଷ୍ଟିକ୍ ସନ୍ଧାନ କରିଥିଲେ।
ଏହି ବିସ୍ଫୋରକ ସାମଗ୍ରୀଗୁଡିକୁ ବିଏସଏଫ କ୍ୟାମ୍ପକୁ ଆଣି ପରେ ଆଉ ଗଣନା କରାଯାଇଥିଲା। ସମସ୍ତ ଜିଲୋଟିନ ଷ୍ଟିକ୍ ଗୁଡ଼ିକୁ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ବୈପାରିଗୁଡ଼ା ଥାନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସମ୍ଭବତଃ ବିଏସଏଫ ଯବାନମାନେ ଟାର୍ଗେଟ ହେବାକୁ ଥିଲେ ମାଓବାଦୀମାନେ ଏହି ବିସ୍ଫୋରକ ରଖିଥିଲେ ବୋଲି ଅନୁମାନ। ବିଏସଏଫ ଦଳର ସତର୍କ ଓ ସଂଗଠିତ ଅଭିଯାନ ଫଳରେ ଏକ ଭୟଙ୍କର ଘଟଣା ଟଳିଛି।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *