
କୋରାପୁଟ, ୪/୮ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ଅନ୍ତର୍ଗତ ଢମଣା ହାଣ୍ଡି ଅଞ୍ଚଳରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଦୀର୍ଘ ଛଅ ମାସ ହେବ ଛାତ୍ରଛାତ୍ରୀଙ୍କୁ ମେନୁ ହିସାବରେ ଖାଦ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ଗୁରୁତର ଅଭିଯୋଗ ମିଳିଛି। ବିଭିନ୍ନ ସ୍ତରର ଅନିୟମିତତା ଓ ଅବ୍ୟବସ୍ଥା ଦେଖି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ଏହି ବିଦ୍ୟାଳୟକୁ ପହଁଚି ତଦାରଖ ଆରମ୍ଭ କରିଛନ୍ତି।
ଅଭିଭାବକମାନେ ଜଣାଇଥିବା ଅନୁଯାୟୀ, ବିଦ୍ୟାଳୟରେ ୱାର୍ଡେନ କୌଣସି ଅଭିଯୋଗ ଶୁଣୁନାହାନ୍ତି, ସୁରକ୍ଷା କର୍ମଚାରୀ ନିଜ କାମରେ ଅସଚେତନ ଓ ଶିକ୍ଷକ-ଶିକ୍ଷୟତ୍ରୀମାନେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଖଟ ଦଳିଛନ୍ତି, ଯେଉଁଥିରେ ପିଲାମାନେ ଘାସରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟ ଗାଡିକୁ ମଧ୍ୟ ପ୍ରିନସିପାଲ ବଜାର କାମରେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ଆସିଛି।
ଏହି ସମସ୍ତ ଅନିୟମିତତାକୁ ନେଇ ଗତ ଗୁରୁବାର ଅଭିଭାବକମାନେ ଜୟପୁର ପିଏଆଇଟିଡିଏ ଶ୍ରୀମତୀ ତୃପ୍ତି ବୋରେଇଙ୍କ ନିକଟରେ ଲିଖିତ ଅଭିଯୋଗ ଦେଇଥିଲେ। ସେଥିରେ ଜିଲ୍ଲା ପ୍ରଶାସନ ମେଳ ଆଣି ବ୍ୟବସ୍ଥା ନେବାକୁ ପ୍ରାରମ୍ଭ କରିଛି।
ବର୍ତ୍ତମାନ ସ୍କୁଲରେ ବୈପାରୀଗୁଡା ବ୍ଲକରୁ ୧୨୦ ଓ କୋଟପାଡ଼ ଅଞ୍ଚଳରୁ ୨୪୦, ମୋଟ ୩୬୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପ୍ରିନସିପାଲ ନିରଞ୍ଜନ ନିରାଲା କୋଟପାଡ଼ ଓ କୁନ୍ଦ୍ରା ଦୁଇଟି ବିଦ୍ୟାଳୟର ଦାୟିତ୍ୱ ନିଭାଉଛନ୍ତି ବୋଲି ସୂଚନା ମିଳିଛି।
ସନ୍ଧ୍ୟା ବେଳେ ସ୍ଥାନୀୟ ବିଧାୟକ ରୁପୁ ଭତରା ଓ ଶିକ୍ଷା ବିଭାଗର ସାଂସଦ ପ୍ରତିନିଧି ଶ୍ରୀ ଶେଖର ଚନ୍ଦ୍ର ଦାସ ସ୍କୁଲକୁ ଦେଖା ସାଇଟ କରିଛନ୍ତି। ସ୍ଥାନୀୟ ଲୋକମାନେ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ କରି ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।