କୋରାପୁଟ,ଜୟପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ୍ୟ ଶ୍ରୀ ପ୍ରଦୀପ କୁମାର ମହନ୍ତ ଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଶରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାରଦା ବିହାର,ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥୀ ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଶ୍ରୀମତୀ ପ୍ରଦ୍ୟେମୟୀ ସୁଜତା ଯୋଗଦେଇଥିଲେ।

ଅନ୍ୟ ଅତିଥି ଭାବରେ ଡଃ. ବି ଗାୟତ୍ରୀ ଦେବୀ ସ୍ସେସିଆଲ ପିପି, ଅତିରିକ୍ତ ଜିଲ୍ଲା ତଥା ସ୍ପେସିଆଲ ପୋକ୍ସ ଅଦାଲତ, ଜୟପୁର, ଶ୍ରୀ ହରିଶ୍ଚନ୍ଦ୍ର ମୁଦୁଲି, ଡେପୁଟି ଲିଗାଲ ଏ଼ଡ୍ ଡିଫେନ୍ସ କାଉନସେଲ, ଜୟପୁର ଶ୍ରୀ ପି.ସନ୍ୟାସି ରାଓ ପେନାଲ ଆଇନଜୀବି, ଶରସ୍ବତି ଶିଶୁ ବିଦ୍ୟା ମନ୍ଦିର ସାରଦା ବିହାର ପ୍ରଧାନ ଆଚାରୀୟ ଶ୍ରୀ ସତ୍ୟନାରାୟଣ ସେଠି ଏବଂ ସରଶ୍ବତୀ ଶିଶୁ ବିଦ୍ୟାମନ୍ଦିର ସାରଦା ବିହାର ଛାତ୍ର ଆଇନଗତ ସାକ୍ଷରତା କ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ବେହେରା ତାସହିତ ଅନ୍ୟାନୀୟ ଶିକ୍ଷକ ଉପସ୍ଥିତ ରହି ଯୌନ ଅପରାଧ ଓ ଶିଶୁ ସୁରକ୍ଷା ଆଇନ, ୨୦୧୨ ଏ ଉପରେ ଆଲୋକପାତ କରିଥିଲେ।

ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିତର୍କ ପ୍ରତିଯୋଗିତା କରାଯାଇ ଯଥାକ୍ରମେ ପ୍ରଥମ, ଦ୍ବତୀୟ, ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ ।


POCSO ଆଇନ ହେଉଛି ଏକ ଲିଙ୍ଗ ନିରପେକ୍ଷ ଆଇନ ଯାହା ଲିଙ୍ଗ ନିର୍ବିଶେଷରେ ଶିଶୁମାନଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରେ। POCSO ଆଇନର ଧାରା 2(d) ଅନୁଯାୟୀ, ଜଣେ ଶିଶୁ ହେଉଛି ଅଠର ବର୍ଷରୁ କମ୍ ବୟସର ଯେକୌଣସି ବ୍ୟକ୍ତି। ଏହି ଆଇନ ଅନୁଯାୟୀ ପୀଡିତା ଜଣେ ପୁରୁଷ କିମ୍ବା ମହିଳା ଶିଶୁ ହୋଇପାରେ।

ଏହି ଆଇନ ପୀଡିତା କିମ୍ବା ଅପରାଧୀମାନଙ୍କ ମଧ୍ୟରେ ସେମାନଙ୍କର ଲିଙ୍ଗ ଆଧାରରେ କୌଣସି ପାର୍ଥକ୍ୟ ସୃଷ୍ଟି କରେ ନାହିଁ। ଏପରି କିଛି ଉଦାହରଣ ଅଛି ଯେତେବେଳେ ମହିଳାମାନଙ୍କୁ ଏହି ଆଇନ ଅନୁଯାୟୀ ଶିଶୁ ଯୌନ ନିର୍ଯାତନା ପାଇଁ ଦୋଷୀ ସାବ୍ୟସ୍ତ କରାଯାଏ। ଏବଂ କୋଠରୁ କୋଠର ଦଣ୍ଡବିଧାନ ରହିଛି ।