
ନାବାଳକ ପୁଅ ନିଖୋଜ: ବୈପାରିଗୁଡା ଥାନାର ଦ୍ୱାରସ୍ଥ ପରିବାର।
କୋରାପୁଟ ୧୩/୮ ବୈପାରିଗୁଡା ବ୍ଲକ ରାମଗିରି ଫାଣ୍ଡି ଅଧୀନସ୍ଥ ଟେଣ୍ଡକା ପଦର ଗ୍ରାମର ୧୪ ବର୍ଷୀୟ ନାବାଳକ ଭଗବାନ ସାନ୍ତା ଜୁଲାଇ ୧୯ ର ସକାଳ 9ଟାରେ ଘରୁ ବାହାରିବା ପରେ ଅଜଣାରେ ନିଖୋଜ ହୋଇଛି। ପରିବାର ସୂଚନା ଅନୁସାରେ, ସେ “ଚୁଟି କାଟିବା” କହି ରାମଗିରିକୁ ଯାଇଥିଲେ, କିନ୍ତୁ ଫେରିନଥିଲେ। ବହୁ ପ୍ରୟାସ ସତ୍ୱେ ପରିବାର ଓ ପୋଲିସ କୌଣସି ସୂଚନା ପାଇପାରିନଥିଲେ।
ପୁଅ ନିଖୋଜ ଘଟଣାର ୧୬ ଦିନ ପରେମଧ୍ୟ ରାମଗିରି ଫାଣ୍ଡି ପୋଲିସ ତାଙ୍କୁ ଖୋଜି ପାରିନଥିବାରୁ, ଗ୍ରାମବାସୀମାନେ ଏକଜୁଟ ହୋଇ ବୈଠକ କରିଥିଲେ। ବୈଠକରେ ଜଣାପଡିଥିଲା ଯେ ଭଗବାନ ଗ୍ରାମର ଜଣେ ସାଙ୍ଗ ସହିତ ଜୟପୁର ଯାଇଥିଲେ। ସେହି ସାଙ୍ଗକୁ ପଚରାଉଚରା କରିବାରେ, ବିଭିନ୍ନ ଠିକଣା ବଦଳାଇ ଶେଷରେ ସେ କହିଥିଲେ ଯେ ଭଗବାନ ରାୟଗଡ଼ାରେ ଅଛନ୍ତି।
ରାମଗିରି ଫାଣ୍ଡି ପୋଲିସ୍ର ତଦନ୍ତରେ ନିରାଶ ହୋଇ, ପରିବାର ଏବଂ ଗ୍ରାମବାସୀ ବୈପାରିଗୁଡା ଥାନାରେ ଅଭିଯୋଗ କରିଥିଲେ। ବୈପାରିଗୁଡା ଥାନା ଆଇଆଇସି ରଶ୍ମି ରଂଜନ ପ୍ରଧାନ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି, ଭଗବାନଙ୍କୁ ଖୋଜିବା ପାଇଁ ରାୟଗଡ଼ାକୁ ପଠାଇବାକୁ ଘୋଷଣା କରିଛନ୍ତି।