ଜୟପୁର ଉପଖଣ୍ଡ ସ୍ତରୀୟ ୭୯ତମ ସ୍ଵାଧିନତା  ଦିବସ-୨୦୨୫ ପାଳନ

Spread the love

ଉପଖଣ୍ଡ ସ୍ତରୀୟ ୭୯ତମ ସ୍ଵାଧିନତା  ଦିବସ-୨୦୨୫  ପାଳନ 

ଜୟପୁର ତା.୧୫.୦୮.୨୦୨୫ରିଖ:- ଜୟପୁର ଉପଖଣ୍ଡରେ ୭୯ତମ  ସ୍ଵାଧୀନତା  ଦିବସ ମହୋତ୍ସବ ଜୟପୁର ଦଶହରା ପଢିଆ ଠାରେ ବହୁ ଆଡମ୍ବରରେ ପାଳନ କରାଯାଇଛି । ଏହି ପବିତ୍ର ଦିବସ ଉପଲକ୍ଷେ ଉପଜିଲ୍ଲାପାଳ କୁମାରୀ ଆକବରମ୍  ସସ୍ୟା ରେଡ୍ଡୀ ମହୋଦୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାହ୍ନ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ    କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।  ତତ୍ ପରେ ଉପସ୍ଥିତ ଥିବା ୩୭  ପ୍ଲାଟୁନ ଟୃପକୁ  ପରିଦର୍ଶନ କରି ଥିଲେ। “ଆଜିର ଦିବସରେ ଆମେ ନିଜ ନିଜ କର୍ତ୍ତବ୍ୟ ପ୍ରତି ଯଦି ସଚତନ ହେବେ କର୍ତ୍ତବ୍ୟନିଷ୍ଟା ହେବେ ତେବେ ନିଶ୍ଚିତ ଭାବରେ ଆମ ସହର ଆମ ରାଜ୍ୟ ଆମ ସହର ସମସ୍ତଙ୍କ ଆଗରେ ଭଲରେ ରହିବ” ବୋଲି ଉପଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ମହୋଦୟା ଜୟପୁର ସହରବାସୀଙ୍କୁ  କମନା କରି ଥିଲେ ।  ଏହା ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ(କୁନ୍ଦ ମାଝୀ, କରାଟେ ଓ ମାର୍ଶାଲ ଆର୍ଟ, ହିରାମଣି ମାଝୀ, ଗ୍ଲୋବାଲ ଫେଷ୍ଟରେ   ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ତୃତୀୟ ସ୍ଥାନ), ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଛାତ୍ର ଛାତ୍ରୀ   ଓ ପ୍ୟାରେଡରେ ଭାଗ ନେଇ ଥିବା ବିଜେତା  ଟୃପ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ  କରା ଯାଇଥିଲା । ପ୍ୟାରେଡ ପଡିଆର କାର୍ଯ୍ୟକ୍ରମ ପରେ ଉତ୍କଳ ବଳ।ଶ୍ରମରେ ଥିବା ଅନ୍ତେବାସୀ (ପ୍ରଦତ୍ତ ଜିଲ୍ଲା ଯୋଗାଣ ବିଭାଗ ଜୟପୁର ), ଓ ଉପଖଣ୍ଡ କାରାଗାର ଜୟପୁରର କଏଦୀ ( ପ୍ରଦତ୍ତ ଜିଲ୍ଲା ଯୋଗାଣ ବିଭାଗ ଜୟପୁର) ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ମିଷ୍ଟାନ ବଣ୍ଟନ କରାଯାଇଥିଲା ।


ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୟପୁର, ତହସିଲଦାର ସବ୍ୟସାଚୀ ଜେନା, ଉପଖଣ୍ଡ ଭାରପ୍ରାପ୍ତ ପୁଲିସ ଅଧିକାରୀ, ଜୟପୁର ଟାଉନ ଥାନା ଉଳାଶ ଚନ୍ଦ୍ରକ ରାଉତ, ସଦର ଥାନା ଶ୍ରୀ ଶଚିନ୍ଦ୍ର ପ୍ରଧାନ, ଉପଖଣ୍ଡ ଭାରପ୍ରାପ୍ତ ପୁଲିସ ଅଧିକାରୀ ମହିଳା ଥାନା ଓ  ଡେପୁଟି  କଲେକ୍ଟର ଓ ବିଭିନ୍ନ ସରକରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସରକରୀ ବିଭାଗର ପଦାଧିକାରୀ ଓ ବିଭିନ୍ନ ଇଲେକ୍ଟ୍ରୋନିକ ଓ ଖବର କାଗଜର ସାମ୍ବାଦିକ ପ୍ରମୁଖ  ଉପସ୍ଥିତ ଥିଲେ ।
ଏହି ଉତ୍ସବକୁ  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ।  ଏହି ଉତ୍ସବରେ  ପୀତବାସ ବିଶ୍ବାଳ, ଅଶୋକ ବିଶ୍ବାଳ, ରବି ନାୟକ ଡ଼. ଲକ୍ଷ୍ମଣ ପାତ୍ର ଏନସିସି ଅଫିସର, ନିରଞ୍ଜନ ପାଣିଗ୍ରାହୀ, ଗଣେଶ ମହାପାତ୍ର   ପ୍ରମୁଖ ସହଯୋଗ କରି ଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *