ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ଜୟପୁର (କୋରାପୁଟ)୨୩/୦୮- ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ପୂର୍ବତନ ମୂଖ୍ୟ ପ୍ରଶାସିକା ରାଜଯୋଗିନୀ ଡଃ ପ୍ରକାଶମଣିଜୀ ଙ୍କ ୧୮ ତମ ପୁଣ୍ୟ ତିଥି ଉପଲକ୍ଷେ ଆଜି ଅନୁଷ୍ଠାନର ଜୟପୁର ସୋମ୍ବାରତୋଟା ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଅନୁଷ୍ଠାନ ର ନିୟମିତ ଛାତ୍ର ଛାତ୍ରୀ ଏବଂ ସହରର ଜନସାଧାରଣ ଉପସ୍ଥିତ ରହି ସ୍ବଇଚ୍ଛା ରେ ରକ୍ତ ଦାନ କରିଥିଲେ। ଆଜିର ଏହି ଶିବିରରେ ମୋଟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ମହତ୍ ସେବା ରେ ଜିଲ୍ଲା ଚିକିତ୍ସାଳୟରୁ କର୍ମକର୍ତ୍ତା ବନ୍ଧୁ ମାନେ ଏବଂ ରକ୍ତ ଦାନ ସଚେତକ ଭ୍ରାତା ପ୍ରମୋଦ ରାଉଳ ମହାଶୟ ଯୋଗ ଦେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମା କୁମାରୀ ଜୟନ୍ତୀ ଭଉଣୀ, ଶୁଭଶ୍ରୀ ଭଉଣୀ, ଜ୍ୟୋତି ଭଉଣୀ, ସରସୀ ଭଉଣୀ, ସୁନୀତା ଭଉଣୀ, ମଣ୍ଡଳ ଭାଇ, ମାଝୀ ଭାଇ,ବୀର ପ୍ରସାଦ ଭାଇ, ମନୋରଞ୍ଜନ ଭାଇ, ରାଜେନ୍ଦ୍ର ଭାଇ ଓ ଅନ୍ୟାନ୍ୟ ଭଉଣୀ ଓ ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।*

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *