ବ୍ରିଟିଶ ଅମଳର କୋଲାବ ବ୍ରିଜ୍ ଅସୁରକ୍ଷିତ: ସୁରକ୍ଷା ପାଇଁ କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଚର ଦାବି

Spread the love

କୋରାପୁଟ/ବୈପାରିଗୁଡ଼ା, ୫/୯ ବ୍ରିଟିଶ ଅମଳରେ ୧୯୩୧ ମସିହାରେ ନିର୍ମିତ ବୈପାରିଗୁଡ଼ା ବ୍ଲକର ମହୁଲି ପଞ୍ଚାୟତ ଅନ୍ତର୍ଗତ କୋଟା ଛକ ନିକଟରେ ଥିବା କୋଲାବ ଲୁହା ବ୍ରିଜ୍ ବର୍ତ୍ତମାନ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜର ଗୋଟିଏରୁ ଅଧିକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତା ଭାଙ୍ଗିଯାଇଛି। ଫଳସ୍ୱରୂପ, ଏହା ଦେଇ ଯାତାୟାତ କରୁଥିବା ଯାନବାହାନ ପ୍ରତିଦିନ ଦୁର୍ଘଟଣାର ସମ୍ଭାବନାରେ ପଡ଼ୁଛନ୍ତି।
ଗୁରୁବାର ଦିନ କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଚର ଉଦ୍ୟମରେ ବ୍ରିଜ୍ ସୁରକ୍ଷା ଓ ନୂତନ ବ୍ରିଜ୍ ନିର୍ମାଣ ଦାବିକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଗଲା। ବୈପାରିଗୁଡ଼ା ଓ ଲମତାପୁଟ ବ୍ଲକର ରାଜନେତା, ସାମାଜିକ କର୍ମୀ, ଯୁବପିଢ଼ି ସହିତ ଅନେକ ସାଧାରଣ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ଜଣାପଡ଼ିଛି ଯେ, କୋଲାବ ବ୍ରିଜ୍ ହେଉଛି ରାଞ୍ଚି–ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମେରୁଦଣ୍ଡ। ପ୍ରତିଦିନ ହଜାରହଜାର ଛୋଟ–ବଡ଼ ଯାନବାହାନ ଏହି ବ୍ରିଜ୍ ଦେଇ ଚଳାଚଳ କରୁଥାଏ। କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁପ୍ତେଶ୍ୱର ମନ୍ଦିର, ମାଛକୁଣ୍ଡ ଜଳପ୍ରପାତ ସହିତ ଅନ୍ୟାନ୍ୟ ସ୍ଥାନକୁ ଯାଇବା ପାଇଁ ଏହି ବ୍ରିଜ୍ ମୁଖ୍ୟ ସଂଯୋଗ ସୂତ୍ର। ବ୍ରିଜ୍ ଭୁଶୁଡ଼ି ପଡ଼ିଲେ କେବଳ କୋରାପୁଟ–ମାଲକାନଗିରି ନୁହେଁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସହିତ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବ।
ନୂତନ ବ୍ରିଜ୍ ନିର୍ମାଣ ପାଇଁ ପୂର୍ବରୁ ଟେଣ୍ଡର ହୋଇଥିଲେମଧ୍ୟ, ପରେ ସେହି ଟେଣ୍ଡର ବାତିଲ କରାଯାଇଛି। ତେଣୁ, କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଚ ପକ୍ଷରୁ ପୁନର୍ବାର ଟେଣ୍ଡର ଡକାଯାଇ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ଦାବି ହୋଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *