ଅନ୍ଧବିଶ୍ୱାସରେ ଆବଦ୍ଧ ମାଲକାନଗିରିର ଆଦିବାସୀ

Spread the love

ଡିସାରୀ ଓ ଗୁଣିଆଙ୍କୁ ପ୍ରଥମେ, ଡାକ୍ତରଙ୍କୁ ପରେ ଖୋଜନ୍ତି ଲୋକେ



କୋରାପୁଟ/ମାଲକାନଗିରି, ୬/୯ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ (ପ୍ରାୟ ୭୦% ଆଦିବାସୀ ସଂଖ୍ୟା) ଆଜି ବି ଡିସାରୀ ଓ ଗୁଣିଆଙ୍କ ପ୍ରଥା ଜୋରଦାର। କନ୍ଧ, ପରଜା, କୋୟା, ବଣ୍ଡା, ଡିଡାୟୀ ଭଳି ସଂପ୍ରଦାୟଗୁଡିକରେ ରୋଗ-ବାଳା ସମୟରେ ଲୋକେ ପ୍ରଥମେ ଗୁଣିଆଙ୍କ ପାଖକୁ ଯାଆନ୍ତି, ପରେ ଡାକ୍ତରଙ୍କ ଶରଣ ପଶନ୍ତି।
ସ୍ଥାନୀୟ ପର୍ବ-ପର୍ବାଣୀ, ବିବାହ, ଧାର୍ମିକ କାର୍ଯ୍ୟକ୍ରମରେ ଡିସାରୀଙ୍କର ମତାମତ ଅତ୍ୟାବଶ୍ୟକ ମାନାଯାଏ। ସେଥିପାଇଁ ଯେତେବଡି ଡାକ୍ତରଖାନା ତିଆରି ହେଉ, ପ୍ରଥମ ବିଶ୍ୱାସ ଗୁଣିଆଙ୍କୁ ନେଇ।
ଡିଡାୟୀ ସମୁଦାୟର ଚମ୍ପା ରାସପେଦା ଡାକ୍ତରୀ ପାଠ ପଢ଼ୁଥିବା ସତ୍ତେ ସ୍ଵୀକାର କରିଛନ୍ତି – “ମୋ ଅଞ୍ଚଳରେ ଲୋକେ ପ୍ରଥମେ ଗୁଣିଆଙ୍କୁ ଦେଖାନ୍ତି, ପରେ ଡାକ୍ତରଙ୍କୁ।” ସେ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି।
ଗ୍ରାମେ ଯେତେବେଳେ ଲଗାତାର ମୃତ୍ୟୁ ହୁଏ, ସେତେବେଳେ ଗୁଣିଆଙ୍କୁ ଦୋଷାରୋପ କରି ଗ୍ରାମବାସୀଙ୍କ ଆକ୍ରୋସ ବଢ଼େ, ଅନେକଥର ହିଂସା ଓ ହତ୍ୟା ପର୍ଯ୍ୟନ୍ତ ଘଟିଥାଏ। କିନ୍ତୁ ଗତ ତିନି ବର୍ଷରେ ଏଭଳି ଘଟଣା କମିଛି – ୨୦୨୩ରେ ଜଣେ ଆହତ ହୋଇଥିବା ବେଳେ, ୨୦୨୪ ଓ ୨୦୨୫ରେ କୌଣସି ଏଭଳି ହତ୍ୟା ଘଟିନାହିଁ।
ତଥାପି, ପ୍ରତିବର୍ଷ ୧୦ରୁ ଅଧିକ ଲୋକ ଗୁଣିଆ-ଡିସାରୀଙ୍କ ଚିକିତ୍ସାରେ ପ୍ରାଣ ହରାଉଛନ୍ତି। ବୁଦ୍ଧିଜୀବୀମାନଙ୍କ ମତ – “ସଚେତନତା ଓ ସରକାରୀ ପଦକ୍ଷେପ ବଢ଼ିଲେ ମାତ୍ରେ ଏହି ଅନ୍ଧବିଶ୍ୱାସରୁ ମୁକ୍ତି ମିଳିପାରିବ।”

  • Related Posts

    ଏନକାଉଣ୍ଟରରେ ମହିଳା ମାଓ କମାଣ୍ଡର ବିମଳା ସୋଡ଼ି ମୃତ

    Spread the love

    Spread the loveକୋରାପୁଟ ସେପ୍ଟେମ୍ବର ୬(ପ୍ରତିନିଧି): ଅଭିବ୍ୟକ୍ତି କୋରାପୁଟ ଜିଲ୍ଲାର ମାଲକାନଗିରି, ସୀମାନ୍ତଛତିଶଗଡ଼ର ନାରାୟଣପୁର-ଦନ୍ତେୱାଡା ସୀମାରେ ଆଜି ସକାଳୁ ଘଟିଥିବା ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ମୃତାଙ୍କୁ ବିମଳା ସୋଡ଼ି ବୋଲି ପରିଚୟ କରାଯାଇଛି। ସରକାର…

    RPM ମାସିକ ଗୁଗୁଲ୍ ବୈଠକ

    Spread the love

    Spread the loveନୂଆ ଦିଲ୍ଲୀ (KCN):ରାଷ୍ଟ୍ରୀୟ ଖବରକାର ମହାସଂଘର ମାସିକ ସାଂଗଠନିକ ବୈଠକ ଗୁଗୁଲ୍ ପ୍ଲାଟଫର୍ମ ମାଧ୍ୟମରେ ଜାତୀୟ କୋଷାଧ୍ୟକ୍ଷ ଶ୍ରୀ ଧୀରଜ କୁମାରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

    Leave a Reply

    Your email address will not be published. Required fields are marked *