ପୁଷପୁନି ମହୋତ୍ସବ ୨୦୨୫ ର ପୋଷ୍ଟର ବରିଷ୍ଠ କଳାକାର ଶ୍ରୀଲିଙ୍ଗରାଜ ନିଶଙ୍କ ଙ୍କ ଦ୍ୱାରା ଉନ୍ମୋଚିତ

Spread the love

ପୁଷପୁନି ମହୋତ୍ସବ ୨୦୨୫ ର ପୋଷ୍ଟର ବରିଷ୍ଠ କଳାକାର ଶ୍ରୀଲିଙ୍ଗରାଜ ନିଶଙ୍କ ଙ୍କ ଦ୍ୱାରା ଉନ୍ମୋଚିତ।ଜୟପୁର: ଆଜି ସ୍ଥାନୀୟ ଗୀତାଞ୍ଜଳି ମଣ୍ଡପ ଠାରେ କୋରାପୁଟିଆ କଳାକାର ଓ କଳାକାର ତରଫରୁ ଆୟୋଜିତ ପୁଷପୁନି କାର୍ଯ୍ୟକ୍ରମ ର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଆଗାମୀ ପୁଷପୁନି ମହୋତ୍ସବ ୨୦୨୫ ର ପୋଷ୍ଟର ବରିଷ୍ଠ କଳାକାର ଶ୍ରୀଲିଙ୍ଗରାଜ ନିଶଙ୍କ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥଲା l
ଏହି କାର୍ଯ୍ୟକ୍ରମ ସଭାପତି ଶ୍ରୀ ମନୋଜ ପାତ୍ରଙ୍କ ସଭାପତିତ୍ୱ ରେ ଜୟପୁର ସହରର ଶତାଧିକ କଳାକାର ଉପସ୍ଥିତ ରହି ଆଗାମୀ ପୁଷପୁନି କୁ କିଭଳି ଆହୁରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେ ବିଷୟରେ ନିଜ ନିଜର ମତ ରଖିଥିଲେ l

ଏଇ ବୈଠକରେ ପୁଷପୁନି ର ପ୍ରଥମ ଦିବସ ୧୩ ଜାନୁୟାରୀ ଶୋଭାଯାତ୍ରା ରେ କିଏ କୋଉ ବେଶ ରେ ବାହାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା l
ଏଥିରେ ସମ୍ପାଦକ ଶ୍ରୀ ଧିରେନ ମୋହନ ପଟନାୟକଙ୍କ ସମେତ ରବି ପାତ୍ର, ଗୋପାଲ ସାମନ୍ତରା, ରାମନାଥ ତ୍ରିପାଠୀ, ଜୟନ୍ତ ସାମନ୍ତରା, ପଦ୍ମିନୀ ସାମନ୍ତରା, ଶୁକ୍ଲା ଦେବନାଥ, ସ୍ଵର୍ଣ୍ଣଲତା ପଣ୍ଡା, ଗୀତୁ ମିଶ୍ର, ଗୁପ୍ତ ପାଣିଗ୍ରାହୀ, କୃଷ୍ଣ କେଶବ ଷଡ଼ଙ୍ଗୀ, ଶ୍ରୀକାନ୍ତ ଦାଶ, ସନ୍ତୋଷ ଦାଶ, ମହମ୍ମଦ ସରିଫ, ପଦ୍ମ ଚୌଧୁରୀ, ପୀୟୂଷ ପଟନାୟକ, ଜୟନ୍ତ ଦାଶ ତଥା ପ୍ରିୟା ଥିଏଟର ଗ୍ରୁପ, ସାଇ ଫିଲ୍ମ, ବଜରଙ୍ଗ କ୍ରିଏସନ, ଶ୍ରାବଣୀ ଗ୍ରୁପ, ଭୈରବ ନାଟ୍ୟ ସଂସଦ, ଲୁଲୁବାୟା ଗ୍ରୁପ, JFC group, ସ୍ୱର ଘୁଙ୍ଗୁର ତଥା ଅନ୍ୟାନ୍ୟ ଅନୁଷ୍ଠାନ ର ବହୁ କଳାକାର ଉପସ୍ଥିତ ରହିଥିଲେ l

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *