ଜୟପୁର ଠାରେ ଜିଲ୍ଲାପାଳଙ୍କ ୨୭ ଗୋଟି ମିଳିତ ଅଭିଯୋଗ ଶୁଣାଣି l

Spread the love

ଜୟପୁର ଠାରେ ଜିଲ୍ଲାପାଳଙ୍କ ୨୭ ଗୋଟି ମିଳିତ ଅଭିଯୋଗ ଶୁଣାଣି ଜୟପୁର:୦୬.୦୧.୨୦୨୫-ଉପଜିଲ୍ଲାପାଳଙ୍କ କର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ବାସନ ଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅ।ରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, କୋରାପୁଟ, ଉପଜିଲ୍ଲାପାଳ ଜୟପୁର କୁମାରି ଅକାବରମ ଶସ୍ୟା ରେଡ୍ଡୀ, ରବି ନାରାୟଣ ମିଶ୍ର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଜୟପୁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ୮ ଗୋଟି ଗୋଷ୍ଟିଗତ ସମସ୍ୟା ଓ ୧୯ ଗୋଟି ବ୍ୟକ୍ତିଗତ ସମସ୍ୟା ସମୁଦାୟ ୨୭ ଗୋଟି ବିଭିନ୍ନ ସମସ୍ୟାର ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ଜମିବାଡି ବିବାଦ, ପାନୀୟ ଜଳ ସମସ୍ୟା, ସ୍ଵାସ୍ଥ୍ୟଗତ ସମସ୍ୟା, ଜମି ବିବାଦ, ରାସ୍ତାଗତ ସମସ୍ୟା, ଆଇନ ଜନିତ ମାମଲା ଓ ବଦଳି ସମସ୍ୟା ଇତ୍ୟାଦି ଓ ଆର୍ଥିକ ସହାୟତା ନିମନ୍ତେ ମଧ୍ୟ ଜିଲ୍ଲାପାଳଙ୍କୁ ସହାୟତା ନିମନ୍ତେ ଜଣାଇ ଥିଲେ । ପୁରୁଣା ବୋରିଗୁମ୍ମା ଗ୍ରାମ ବାସୀ ଚିଟ୍ ଫଣ୍ଡ ଠକେଇ ସମସ୍ୟା ନେଇ ଆସି ଥିଲେ। ୩ ବର୍ଷ ହେବ ଚିଟ ବାନ୍ଧି ଥିବା ଟଙ୍କା ଫେରସ୍ତ ପାଇ ନ ଥିବା ଜିଲ୍ଲାପାଳ ଙ୍କୁ ଜଣାଇ ଥିଲେ। ଜୟପୁର ସମାଜସେବୀ ସୁବାଶ ରାଉତ ଏକ କ୍ରିକେଟ ଖେଳ ପଢିଆ ନିମନ୍ତେ ମଧ୍ୟ ଅନୁରୋଧ କରି ଥିଲେ । ସେହି ପରି ଜୟପୁର ସଦର ମହକୁମା ଠାରେ ଡ୍ରାଇଭିଂ ପ୍ରଶିକ୍ଷଣ ତାଲିମ କେନ୍ଦ୍ର କରିବା ନିମନ୍ତେ ନରସିଂ ଚୌଧୁରୀ ବରିଷ୍ଠ ସାମ୍ବାଦିକ ଅନୁରୋଧ କରି ଥିଲେ ଏହି ପରି ବିଭିନ୍ନ ସମସ୍ୟା ଉପରେ ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମୋହାପାତ୍ର , ତହସିଲଦାର ଜୟପୁର, ସବ୍ୟସାଚୀ ଜେନା, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା କୃତିବାସ ସାହୁ, CSO, କୋରାପୁଟ ସର୍ବେଶ୍ଵର ନାୟକ, DCPO ରାଜେଶ୍ଵରୀ ଦେବୀ, କୋରାପୁଟ, EE R&B ଜୟପୁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଜୟପୁର, TPSODLର କର୍ମକର୍ତ୍ତା, ବିଦ୍ୟୁତ ବିଭାଗର କର୍ମକର୍ତ୍ତ।, ଅତିରିକ୍ତ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଶ୍ରୀ ସୁନିଲ କୁମାର ଜେନା, ଜୟପୁର ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *