ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ l

Spread the love

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭଜୟପୁର: ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗର ଓଡିଶା ଜୀଵିକା ମିଶନର ମିଶନ ଡାଇରେକ୍ଟର ତଥା ସିଇଓ ଡଃ ମୋନିକା ପ୍ରିୟଦର୍ଶିନୀ ମହାଶୟାଙ୍କ ଦ୍ଵାରା ଵିଭିନ୍ନ ଜିଲ୍ଲାପାଳଙ୍କୁ ଗତ ୮ଜାନୁଆରୀରେ ଦିଆଯାଇଥିଵା ନିର୍ଦ୍ଦେଶରେ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ରିଷ୍ଟ୍ରକ୍ଚରିଙ୍ଗ ଉଦ୍ଦେଶ୍ଯରେ କରାଯାଇଥିଵା ଦ୍ଵିଅର୍ଥ ଵୋଧକ ନିର୍ଦ୍ଦେଶରେ ସମଗ୍ର ରାଜ୍ଯର ଇସି ସଦସ୍ଯାମାନେ ଗଭୀର ଉଦଵେଗ ପ୍ରକାଶ କରିଛନ୍ତି। ଆଜି ଜୟପୁର ଶ୍ରମିକ ଭଵନଠାରେ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ”ର କୋରାପୁଟ ଜିଲ୍ଲା କମିଟି ଵୈଠକ ଜ୍ଯୋତୀରେଖା ଚେଟ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଵୈଠକରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ”ର ରାଜ୍ଯ ସଭାପତି ଜୟନ୍ତ ଦାସ ଜିଲ୍ଲା କମିଟି ଵୈଠକକୁ ଉଦଘାଟନ କରି ଓଡିଶା ମିଶନ ଶକ୍ତି ଵିଭାଗ ଅଧିନରେ ରାଜ୍ଯର ୭୦ଲକ୍ଷ ମହିଳାଙ୍କୁ ଲକ୍ଷେ ୩୫ ହଜାର ଇସି ସଦସ୍ଯାମାନେ ଜୀଵିକା ଅର୍ଜନର ରାହା ଦେଖାଇଥିଵା ଵେଳେ ସରକାର ଏହି ସ୍କିମ ଓ୍ଵାର୍କରମାନଙ୍କୁ ଓ୍ଵାର୍କର ମାନ୍ଯତା ଦେଇ ନାହାନ୍ତି। ମିଶନ ଶକ୍ତି ଵିଭାଗ ଅଧିନରେ କାର୍ଯ୍ଯରତ ଇସି ସଦସ୍ଯାଙ୍କୁ ଫିକ୍ସଡ୍ ଟ୍ରାଭେଲିଙ୍ଗ୍ ଆଲାଓ୍ଵେନସ୍ ଵାଵଦରେ ମାସିକ ୧ ହଜାର ୫ଶହ ଟଙ୍କା ଦେଉଥିଵା ଵେଳେ ତାହାମଧ୍ଯ ସେପ୍ଟେମ୍ଵର ମାସରୁ ଏପର୍ଯ୍ଯନ୍ତ ସରକାରଙ୍କ ଉପରେ ଵାକି ପଡିଛି। ଏମାନଙ୍କୁ ସାମାଜିକ ନିରାପତ୍ତା ଵାଵଦରେ ଇପିଏଫ୍ ଓ ଇଏସ୍ଆଇ ଭଳି ସର୍ଵ ନିମ୍ନ ସୁଵିଧା ଦିଆ ଯାଉ ନାହିଁ।ଏହି ଜୀଵିକା ମିଶନ ଓ ମିଶନ ଶକ୍ତି ଇସିଙ୍କ ସମେତ ଅଙ୍ଗନଓ୍ଵାଡି, ଆଶା, ମଧ୍ଯାହ୍ନ ଭୋଜନ ପାଚିକା – ସହାୟିକାଙ୍କ ସମେତ ସମସ୍ତ ସ୍କିମ ଓ୍ଵାର୍କରଙ୍କୁ ଇପିଏଫ୍ ସୁଵିଧା ଦାଵିରେ ଏଆଇଟିୟୁସି ପକ୍ଷରୁ ୧୬ ଜାନୁଆରୀ ଆଞ୍ଚଳିକ ଭଵିଶ୍ଯନିଧି କାର୍ଯ୍ଯାଳୟ ଘେରାଉ ପାଇଁ ଆହ୍ଵା ଦିଆ ଯାଇଛି।

ଏଵେ ରିଷ୍ଟ୍ରକ୍ଚରିଙ୍ଗ ନାମରେ ଇସି ସଦସ୍ଯାମାନଙ୍କୁ ହଟାଇ ଦଳୀୟ ଭିତ୍ତିରେ ନୂଆ ଇସି ମନୋନୟନର ଷଡଯନ୍ତ୍ର ଆରମ୍ଭ ହୋଇଅଛି। ଇସି ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କରିଵା, କେତେକ ଇସି ସଦସ୍ଯ ଗତ ୨୦ ଵର୍ଷ ଧରି ୨୧ମସିହା ପର୍ଯ୍ଯନ୍ତ ଵିନା ପାରିଶ୍ରମିକ, ଵିନା ଭତ୍ତାରେ କାର୍ଯ୍ଯ କରି ଆସିଥିଵା ଵେଳେ ଏଵେ ଇସି ରିଷ୍ଟ୍ରକ୍ଚରିଙ୍ଗ ନାମରେ ନୂଆ ଇସି ନିଯୁକ୍ତି କରି ହାତ ଚିକ୍କଣ କରିଵାର ଗୁପ୍ତ ଏଜେଣ୍ଡାକୁ ନିନ୍ଦା କରିଥିଲ। ଅଵିଳମ୍ଵେ ଇସିମାନଙ୍କୁ ସ୍ଥାୟୀ ନିଯୁକ୍ତି, ଵକେୟା ଭତ୍ତା ପ୍ରଦାନ, ଇସିମାଙ୍କୁ ଇପିଏଫ ହିତାଧିକାରୀ କରାଇଵା ଠାରୁ ଇଏସ୍ଆଇ ସୁଵିଧା, କାର୍ଯ୍ଯକାଳ ୬୫ଵର୍ଷ କୁ ଵୃଦ୍ଧି, ସିଆରପି ଓ ଏମଵିକେଙ୍କ ଵକେୟା ଭତ୍ତା ପ୍ରଦାନ, ଇତ୍ଯାଦି ଦାଵି ନେଇ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ରାଜ୍ଯଵ୍ଯାପୀ ଜିଲ୍ଲାପାଳ କାର୍ଯ୍ଯାଳୟ ଘେରାଉ ଆହ୍ଵାନ ଦେଇଥିଲେ।ଏହି ଵୈଠକରେ ସୁଜାତା ପାଣିଗ୍ରାହୀ ଇସି ସଦସ୍ଯମାନଙ୍କ ସମସ୍ଯା ସମ୍ଵଳିତ ଵିଵରଣୀ ଉପସ୍ଥାପନ କରିଥିଲେ। ଏହି ଵୈଠକରେ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ଯ ପ୍ରମୋଦ ମହାନ୍ତି, ଏଆଇଟିୟୁସି ଜିଲ୍ଲା ନେତା ଯୁଧିଷ୍ଠିର ରାଉଳ ପ୍ରମୁଖ ଉଦଵୋଧନ ଦେଇଥିଲେ। ଏହି ଵୈଠକରେ ଜିଲ୍ଲାର ୧୪ଟି ଵ୍ଲକରୁ ଉପସ୍ଥିତ ଇସି ନେତ୍ରୀମାନେ ଆଲୋଚନା କରି ୨୪ଜାନୁଆରୀ କୋରାପୁଟ ଜିଲ୍ଲାପାଳ କାର୍ଯ୍ଯାଳୟ ଘେରାଉ ପାଇଁ ସର୍ଵସମ୍ମତ ଭାଵେ ନିଷ୍ପତ୍ତି ହେଲା।ଏହି ଵିକ୍ଷୋଭରେ ଜିଲ୍ଲାର ସିଏଲ୍ଏଫ,ଜିପିଏଲ୍ଏଫ୍, ଵିଏଲ୍ଏଫ୍ ଓ ଡିଏଲ୍ଏଫ୍ ର ସମସ୍ତ ଇସି ସାମିଲ ହେଵା ପାଇଁ ନିଷ୍ପତ୍ତି ହୋଇଅଛି। ଏହି ଵୈଠକରେ ଵିଭିନ୍ନ ପ୍ରସ୍ତିଵ ଉପରେ ଜିଲ୍ଲା କମିଟିର ପୁର୍ଣ୍ଣିମା ରାଉତ, ସଵିତା ଜାନୀ,ଵିମଳା ଭତ୍ରା, ଧାନିତ୍ରୀ ଗୁଲାରୀ, ଚଞ୍ଚଳା ହରିଜନ, ହରପ୍ରିୟା ନାୟକ, ପଦ୍ମା ଡାକୁଆ, ଵାସନ୍ତୀ ହରିଜନ, ରଜନୀ ଦାନୀ, ମିଥୁଳା ଶିଶା, ଊନାରଙ୍ଗା ପୁଜାରୀ, ସଂଗୀତା ଗରଡା, ମିଲିତା ହିଆଲ,ଚନ୍ଦ୍ରମା କୁଲଦୀପ, ସନ୍ଧ୍ଯା ରାଣୀ ମହାନ୍ତି, ଜୟନ୍ତୀ ପ୍ରଧାନ, ରୀନା ନାୟକ, ମମତା ଵାଘ, ଜୟନ୍ତୀ ଵିଵାନ, ଅର୍ଣ୍ଣମଣୀ ପାସ୍କା, ମାଧୁରୀ ଵିଦିକା, ଲକ୍ଷ୍ମୀ ନାୟକ,ଝୁମୁକୀ ପୁଜାରୀ, ରୁପଜାତ ତାନ୍ତି, ସୁନିତୀ ଖୀଆଲ, ପୁଣ୍ଯଵତୀ ପ୍ରମୁଖ ଆଲୋଚନା କରି ଆନ୍ଦୋଳନର ସଫଳତା ପାଇଁ ମତ ଦେଇଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *