୧୧୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ

Spread the love

୧୧୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ

ଜୟପୁର: ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ୧୧୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରି ଶ୍ରୀଯୁକ୍ତ ଚନ୍ଦନ ନାୟକ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁରୁଣାଗଡ଼ସ୍ଥିତ ହନୁମାନ ମନ୍ଦିରରୁ ମଶାଲ ଆଣି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସୁବର୍ଣ୍ଣ ଖିଲ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

କ୍ରୀଡା ଉତ୍ସବର ପ୍ରଥମ ଦିବସରେ ଛାତ୍ର ଛାତ୍ରୀମାନଙ୍କର ୪୦୦ମିଟର,୬୦୦ମିଟର ,୮୦୦ମିଟର ଦୌଡ,ଲମ୍ବ ଡିଆଁ ,ଉଚ୍ଚ ଡିଆଁ, ଧାତବ ପେଣ୍ଡୁ ନିକ୍ଷେପ (ସଟ୍ ପୁଟ ଥ୍ରୋ),ପ୍ରତିଯୋଗୀତା ସରିଯାଇଛି ଏହାକୁ ସହଯୋଗ କରିଛନ୍ତି ଶିକ୍ଷକ ହିତକର ଚରତି,ଦୀପକ ସାହୁ, ତନବିର୍ ମହମ୍ମଦ,ନିର୍ମଳ ତଣ୍ଡକା, ସୌମ୍ୟ ରଞ୍ଜନ ପଟ୍ଟନାୟକ ,ଦେବେନ୍ଦ୍ର ପାଢ଼ୀ ଶିକ୍ଷୟତ୍ରୀ ପ୍ରଭାତୀ ପାଣିଗ୍ରାହୀ,k. ପ୍ରମିଳା, ଶୁଭସ୍ମିତା ସାହୁ,ରଶ୍ମିତା ନାହାକ, ସାଗରିକା ପାତ୍ର, ବନିତା ଶତପଥି, ସସ୍ମିତା ଜେନା, ନମିତା ବରାଳ, ପପିତା ପ୍ରଧାନ,ସୁଦ୍ଧା ପଟ୍ଟନାୟକ୍,ଆଦ୍ୟାଶକ୍ତି ପଣ୍ଡା, ବିକ୍ରମ ଦେବ ବିଶ୍ଵ ବିଦ୍ୟାଳୟରୁ ଆସିଥିବା ଗୁରୁ ଛାତ୍ରଛାତ୍ରୀ, ବିଦ୍ୟାଳୟ କାର୍ଯ୍ୟାଳୟର କର୍ମକର୍ତ୍ତା ବାଲ ଗୋପାଳ ମିଶ୍ର, ନାଗେଶ୍ଵର ରାଓ, ପ୍ରିୟମ୍ବଦା ଦାସ, ବିଦ୍ୟାଳୟ କର୍ମଚାରୀ ରଜନୀକାନ୍ତ ଘଡେ଼ଇ, A. ମୁରଲୀ ଶିକ୍ଷକ ବିଶ୍ୱରଞ୍ଜନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।ବାର୍ଷିକ ଉତ୍ସବରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଘୋଷଣା କରିଛନ୍ତି। ପ୍ରକାଶ ଥାଉକି ଏହି କ୍ରୀଡା ପ୍ରତିଯୋଗିତା ଶାରୀରିକ ଶିକ୍ଷା ଶିକ୍ଷକ ତାପସ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *