ଜାତୀୟ ରାଜପଥ ପ୍ରଶସ୍ତୀକରଣ ନାଁରେ କାଟିଦେଲେ ୮୭ଗଛ, ଲାଗିବ କେବେ?

Spread the love

ଜାତୀୟ ରାଜପଥ ପ୍ରଶସ୍ତୀକରଣ ନାଁରେ କାଟିଦେଲେ ୮୭ଗଛ, ଲାଗିବ କେବେ?

କୋରାପୁଟ: କୋରାପୁଟ ଜିଲ୍ଲା ସଦରମହକୁମାରୁ ସୁଙ୍କି ଯାଏଁ ଏନଏଚ୍ ପ୍ରଶସ୍ତୀକରଣ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଣ୍ଡିଗୁଡାରୁ ସୁନାବେଡ଼ା ଯାଏଁ ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଜାରି ରହିଛି। ଏହି ୨୨କିଲୋ ମିଟିର ଏନଏଚ୍ ପ୍ରଶସ୍ତୀକରଣ କାମ ପାଇଁ ସୁନାବେଡା ଏନ୍ଏଚ୍ ଏସଡିଓ ଡିଭିଜନ ଅଧିନରେ ରାସ୍ତା ପାର୍ଶ୍ବର ବର, ଆମ୍ବ, ତେନ୍ତୁଳି ସହ ୮୭ଟି ଗଛକୁ କଟାଯାଇଛି। ୨୦୨୩ ମସିହାରେ ଗଛ କାଟିବାକୁ ଏବଂ ତୁରନ୍ତ ନୂଆ ଗଛ ଲଗାଇବାକୁ କୋରାପୁଟ ବନାଂଚଳ ପକ୍ଷରୁ ଅନୁମତି ଦିଆଯାଇଥିଲା।
ତେବେ ଗଛ କାଟି ଦିଆଗଲା କିନ୍ତୁ ଏଯାଏଁ ନୂଆ ଗଛ ଆଉ ଲଗାଯାଇନି। ଏପରିକି କଟାଯାଇଥିବା ବହୁ ଗଛ ଏବେ ବି ବିପଦସଂକୁଳ ଅବସ୍ଥାରେ ରାସ୍ତା ପାର୍ଶ୍ବରେ ପଡ଼ି ରହିଛି।
ସୂଚନାଯୋଗ୍ୟ, ପରିବେଶ ପ୍ରଦୂଷଣକୁ ରୋକିବା ସହ ସବୁଜ ସୁନ୍ଦର କରିବା, ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗ୍ରୀଷ୍ମର ତାତିରୁ ବଂଚାଇବା ପାଇଁ ରାସ୍ତା ପାର୍ଶ୍ବରେ ଗଛ ଲଗାଯାଇଥିଲା। ରାସ୍ତା ତିଆରି ନାଁରେ ବ୍ୟାପକ ଗଛ କଟା ଚାଳିଛି କିନ୍ତୁ ନୂଆ ଲଗାଯାଉନି। ଗଛ କାଟିବା ପରେ ଏହି ଗଛକୁ ବିକ୍ରୀ କରିବା ଏବଂ ନୂଆ ଗଛ ଲଗାଯିବାର ଦାୟିତ୍ବ ଏନଏଚ ଓଡିଶା ବନ ଉନ୍ନୟନ ନିଗମ(ଓଏଫଡିସି)କୁ ଦେଇଛି। ଏହି ନୂଆ ଗଛ ଲଗାଯିବା ଠାରୁ ଆରମ୍ଭ କରି ୫ବର୍ଷ ପର୍ଯ୍ୟନ୍ତ ଗଛ ବୃଦ୍ଧି କରିବା ଦାୟିତ୍ବ ଓଏଫଡିସି ନେବ। ଏଥି ପାଇଁ ସବୁ ଖର୍ଚ୍ଚ ଏନଏଚ୍ ପକ୍ଷରୁ ବନବିଭାଗ ନିକଟରେ ଦାଖଲ କରାଯିବ। ଯେତିକି ଗଛ କଟାଯାଇଛି ଓଏଫଡିସି ଏହାର ଦୁଇ ଗୁଣା ଗଛ ଲଗାଇବ।
ଏହି ୨୨କିଲୋମିଟରର ସଂପୂର୍ଣ୍ଣ ରାସ୍ତା କାମ ସରିବା ପରେ ରାସ୍ତା ପାର୍ଶ୍ବ ବନୀକରଣ ଓଏଫଡିସି କରିବ, ଏଥିରେ ଏନଏଚର କିଛି ଭୁମିକା ନାହିଁ ବୋଲି କହିଛନ୍ତି ଏନଏଚ ପକ୍ଷରୁ କୁହାଯାଇଛି। ଗଛ କଟା ସରିଛି। ତେବେ ରାସ୍ତା କାମ ଶୀଘ୍ର ସରୁ ନଥିବାରୁ ରାସ୍ତା ପାର୍ଶ୍ବ ଗଛ ଲଗାଯିବା ବିଳମ୍ବ ହୋଇଛି।
ତେବେ ସଂପୁର୍ଣ୍ଣ ରାସ୍ତା କାମ ସରିବା ପରେ କେତେ ସଂଖ୍ୟକ ଗଛ ଲାଗିବ ତାହାର ସର୍ଭେ କରାଯିବ ଓ ୫ବର୍ଷ ପର୍ଯ୍ୟନ୍ତ ଏହି ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କେତେ ଖର୍ଚ୍ଚ ହେବ ଏହାର ଅଟକଳ କରି ଏନଏଚକୁ ଜଣାଯିବ ବୋଲି ଓଏଫଡିସି ପକ୍ଷରୁ କୁହାଯାଇଛି। ରାସ୍ତା ପାର୍ଶ୍ବରେ ଏତେ ସଂଖ୍ୟକ ଗଛ କାଟିବା ପରେ ତୁରନ୍ତ ହିଁ ନୂଆ ଗଛ ଲଗାଯିବା କଥା। ସେଭଳି କରାଗଲେ ପରିବେଶ ସନ୍ତୁଳନ ବଜାୟ ରହିଥାନ୍ତା ବୋଲି ପରିବେଶବିତ୍ ମାନେ କହିଛନ୍ତି। ୨୨କିଲୋ ମିଟର ମଧ୍ୟରେ ଯେଉଁ ସ୍ଥାନର କାମ ସରିଛି କିମ୍ବା ଶେଷ ପର୍ଯ୍ୟାୟରେ ରହିଛି ସେ ଅଂଚଳର ଅନ୍ତଃତ ଗଛ ଲଗାଇ ଦେବା କଥା। ଏପରି ନ ହେବା ଫଳରେ ପରିବେଶ ପ୍ରଦୁଷଣ ହେବା ସହ ଆଗାମୀ ଦିନରେ ଯେତିକି ଗଛ କଟାଯାଇଛି ସତରେ ତାହାର ଦୁଇ ଗୁଣା ଗଛ ଲାଗିବ କି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *