ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ


ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ପୂର୍ଣ୍ଣଚନ୍ଦ୍ର ନନ୍ଦ ଆଜି ଗୁରୁବାର ରେ ଯୋଗଦାନ କରିଛନ୍ତି | ସେ ପୂର୍ବରୁ କୋଡିଙ୍ଗା ବନାଞ୍ଚଳ କାର୍ଯ୍ୟ|ଳୟରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବତନ ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ୩୧ ଅଗଷ୍ଟ ୨୦୨୪ ରେ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା |

ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ ବନାଞ୍ଚଳ ଅଧିକାରୀ ଦାୟିତ୍ଵରେ ରହିଥିଲେ | ଆଜି ନୂତନ ବନାଞ୍ଚଳ ଅଧିକାରୀ ଯୋଗଦାନ କରିବା ପରେ ବନ କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ | ଏହି ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମୈଦଲପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ମାଝୀ, ଉମାଶଙ୍କର ମିଶ୍ର, ବସନ୍ତ ନାୟକ, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ଅନିତା ହିଆଲ ଓ ଶସ୍ମିତା ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ |

Leave a Reply

Your email address will not be published. Required fields are marked *