ଟ୍ରକ ନେଲା ଚାରି ଜୀବନ

Spread the love

ବାଇକ ଉପରେ ଚଢ଼ିଗଲା ମାଲ ବୋଝେଇ ଟ୍ରକ ଗଲା ଚାରି ଜୀବନ

ଜୟପୁର: ସକାଲୁ ସକାଳୁ ଗଲା ଚାରି ଜଣଙ୍କ ଜୀବନ । ଜୟପୁର ରେ ଘଟିଛି ହୃଦୟ ବିଦାରକ ଘଟଣା। ଜୀବିକା ପାଇଁ କାମ କରିବାକୁ ଯାଉଥିଲେ। ହେଲେ ଅଧା ବାଟରେ ଜୀବନ ଗଲା । ଏଭଳି ଦୁଃଖଦ ଘଟଣା ଘଟିଛି ଜୟପୁର ନିକଟ ୩୨୬ ନମ୍ବର୍ ଜାତୀୟ ରାଜ ପଥରେ । ବାଇକ ଉପରେ ଚଢ଼ିଗଲା ମାଲ ବୋଝେଇ ଟ୍ରକ ଭୋର ସକାଳୁ ଘଟିଛି ଦୁଃଖଦ ଘଟଣା । କୋରାପୁଟ ଜିଲ୍ଲା ଜୟପୁର ର ପାତ୍ରପୁଟ ନିକଟ “ଜବାକନାଡ଼ି” ଠାରେ ସଡ଼କ ଦୁର୍ଘଟଣାରେ ୪ ଜଣଂକ ମୃତ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରରେ ତିନି ଜଣ ରହିଛନ୍ତି । ଏହା ସହ ଜଣେ ପଡୋଶୀଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି । ମୃତକ ମାନେ ହେଲେ ବୈପାରିଗୁଡା ବ୍ଲକ ବିଚଲ୍ କୋଟା ଗାଁ ନିକଟସ୍ଥ କଲୋନୀ ଗାଁର। ୪ ଜଣ ଗୋଟିଏ ମୋଟର ସାଇକଲ ରେ ଭଟାଛିଞ୍ଚି ଗାଁ କୁ ଧାନ ବାନ୍ଧିବା ପାଇଁ କୁଲି କାମ କରିବାକୁ ଯାଉଥିବା ସମୟରେ ହୋଇଥିଲା ଦୁର୍ଘଟଣା l ମୃତକ ମାନେ ହେଲେ ଧୋବା ପରଜା ବୟସ 25 ବର୍ଷ , ଲୋକିନାଥ ଜାନି ବୟସ 18 ବର୍ଷ , ଘାସି ପରଜା ବୟସ 11 ବର୍ଷ , ଧନପତି ପାରଜା ବୟସ 13 ବର୍ଷ ଗୋଟିଏ ଗାଁର ବୋଲି ଜଣାପଡ଼ିଛି ।ଘଟଣାରେ ଗ୍ରାମବାସୀ ଏବଂ ସଂପର୍କୀୟ ମାନେ ଟାୟାର ଜାଳି ଜାତୀୟ ରାଜପଥ ୩୨୬ କୁ ଅବରୋଧ କରିଛନ୍ତି। ଘଟଣାରେ ଜୟପୁର ସଦର ପୁଲିସ୍ ଏବଂ ବୈପାରିଗୁଡ଼ା ଥାନା ପୋଲିସ ପହଂଚି ମୃତକଙ୍କ ପାରିବାର ଙ୍କୁ ବୁଝାସୁଝା କରୁଛନ୍ତି। ଘଟଣାରେ ଟ୍ରକ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *