ସଡକ ଦୁର୍ଘଟଣାରେ କନେଷ୍ଟବଳ ମୃତ।

Spread the love

ସକାଳୁ ମର୍ଣ୍ଣି ୱାକ ଯିବା ହେଲା କାଳ।

ସକାଳୁ ସକାଳୁ ମର୍ଣ୍ଣି ୱାକ ଯିବା ହେଲା କାଳ।

ବୋରିଗୁମ୍ମା
ସକାଳୁ ମର୍ଣ୍ଣି ୱାକ ଯିବା ସମୟରେ ବୋରିଗୁମ୍ମା ଥାନାର ଜଣେ କାର୍ଯ୍ୟରତ କନେଷ୍ଟବଳ ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ କନେଷ୍ଟବଳ ଙ୍କ ନାମ ପିତାମ୍ବର ପୂଜାରୀ ୫୯ ବର୍ଷ ବୟସ ନିଜ ଘର କୋଟପାଡ଼ ବ୍ଳକ ଅନ୍ତର୍ଗତ ଗୀର୍ଲା ଗ୍ରାମରେ ବୋଲି ଜଣାପଡିଛି। କନେଷ୍ଟବଳ ପିତାମ୍ବର ପୂଜାରୀ ସକାଳୁ ୫ ଟା ୪୦ ମିନିଟ୍ ରେ ୪୮ ନମ୍ବର ରାଜ୍ୟ ରାଜପଥ ଦୁଲ୍ଲାଗୁଡା ରୋଡ଼ ରେ ମର୍ଣ୍ଣି ୱାକ ନିମନ୍ତେ ବାହାରି ଥିଲେ।ପ୍ରବଳ ଥଣ୍ଡା ଯୋଗୁଁ ପ୍ରତିଦିନ ସକାଳେ ଘନ କୁହୁଡି ରହିଥାଏ।ମର୍ଣ୍ଣି ୱାକ ରୁ ଫେରିବା ସମୟରେ ଦୁଲ୍ଲାଗୁଡା ନିକଟରେ ରାଣିଗଡ଼ ରୁ ବୋରିଗୁମ୍ମା ଆସୁଥିବା ଏକ ଅଜଣା ଗାଡ଼ି କନେଷ୍ଟବଳ ପିତାମ୍ବର ପୂଜାରୀ କୁ ପଛ ପଟେ ଧକ୍କା ମାରିଥିଲା। ଅଜଣା ଗାଡି ଟି କନେଷ୍ଟବଳ ଙ୍କୁ ଜୋର ରେ ଧକ୍କା ଦେଇ ଅତି କ୍ଷିପ୍ର ଗତିରେ ବୋରିଗୁମ୍ମା ଆସି ସେଠାରୁ କୋଟପାଡ଼ ରେ ରାସ୍ତାରେ ଗଲା ବୋଲି କିଛି ପ୍ରତାକ୍ଷଦର୍ଶୀ କହିଛନ୍ତି।ପରେ ପିତାମ୍ବର ପୂଜାରୀ ର ସହଯୋଗୀ ତୁରନ୍ତ ଥାନା କୁ ଫୋନ କରିଥିଲେ।ପୋଲିସ ତୁରନ୍ତ ଘଟଣା ସ୍ଥଳ କୁ ପିତାମ୍ବର ପୂଜାରୀ କୁ ବୋରିଗୁମ୍ମା ମେଡ଼ିକାଲ କୁ ନେଇଥିଲେ।କିନ୍ତୁ ମେଡ଼ିକାଲ ଯିବା ପୂର୍ବରୁ ହିଁ ପିତାମ୍ବର ଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା।ପୋଲିସ ମୃତ ପିତାମ୍ବର ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ପହଞ୍ଚି ଥାନାରେ ଲିଖିତ ଭାବେ ଜଣାଇବା ପରେ ମେଡ଼ିକାଲ ରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ମୃତ ପିତାମ୍ବର ପୂଜାରୀ ଙ୍କ ଶବ ବ୍ୟବଚ୍ଛେଦ ପରେ ଥାନା ପରିସର କୁ ଅଣାଯାଇଥିଲା।ଏସ୍ଡିପିଓ ତପସ୍ୱିନୀ କହଁର, ଏସଆଇ ରଚିତା ମାଡକାମୀ, ମାନସ ହେମ୍ବ୍ରମ, ମେଘରାଜ ସୋରନ,ଦ୍ରୋଣାଚାର୍ଯ୍ୟ
ବାଗ,ଏଏସ ଆଇ ସସ୍ମିତା ନାୟକ, ଗୋପାଳ ହରିଜନ, ବସନ୍ତ କୁମାର ନାଗ,ଚନ୍ଦନ ପ୍ରସାଦ ମାଝୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କାର୍ଯ୍ୟରତ କନେଷ୍ଟବଳ ପିତାମ୍ବର ଙ୍କ ଅକାଳ ବିୟୋଗ ରେ ଥାନା ର ସମସ୍ତ କର୍ମଚାରୀ ଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଏନେଇ ବୋରିଗୁମ୍ମା ଥାନାରେ ଏକ ମାମଲା କେସ ନମ୍ବର ୨୪୯ ବାଇ ୨୪ ଦୁର୍ଘଟଣା ଜନିତ ଦଫା ରୁଜ୍ଜୁ କରାଯାଇଥିବା ତଦନ୍ତକାରୀ ଦ୍ରୋଣାଚାର୍ଯ୍ୟ ବାଗ କହିଛନ୍ତି।ତେବେ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା ଜଣାପଡିଛି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *