
ଜୟପୁର/ବୈପାରିଗୁଡ଼ା, ୧୯ ଜୁଲାଇ (ସିମାଦ୍ରୀ): ବୈପାରିଗୁଡ଼ା ବ୍ଲକର ବଡାଗୁଡା ଗ୍ରାମବାସୀ ସହିଦ୍ ଯବାନ ଈଶ୍ୱର ତଲିଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଏବଂ ପାର୍କ ନିର୍ମାଣ ପାଇଁ ପୁନଃ ଦାବି ଉଠାଇଛନ୍ତି। ୨୦୨୪ ଡିସେମ୍ବରରେ ରାଜସ୍ଥାନରେ ଟ୍ୟାଙ୍କ ଫାଇରିଂ ସମୟରେ ଘଟିଥିବା ବିସ୍ଫୋରଣରେ ଗୁରୁତର ଆହତ ହୋଇ, ଚିକିତ୍ସାଧୀନ ଅବସ୍ଥାରେ ଚଣ୍ଡିଗଡ଼ରେ ସେ ସହିଦ ହୋଇଥିଲେ।
ତାଙ୍କ ଅନ୍ତିମ ବିଦାୟ ସମୟରେ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ଏବଂ ଏକ ସ୍ମୃତି ସ୍ଥଳୀ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। କିନ୍ତୁ ଏହି ଘଟଣାକୁ ୮ ମାସ ବିତିଗଲା ବେଳେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଦେଖାଯାଇନାହିଁ।

ଆସନ୍ତା ଡିସେମ୍ବରରେ ଥିବା ସହିଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ସ୍ମୃତି ମୂର୍ତ୍ତି ଏବଂ ପାର୍କ ନିର୍ମାଣ ଯଥାଶୀଘ୍ର ଆରମ୍ଭ କରାଯାଉ ବୋଲି ବଡାଗୁଡା ଓ କେନ୍ଦୁଗୁଡ଼ା ପଞ୍ଚାୟତବାସୀ ବିଡ଼ିଓଙ୍କୁ ଦାବିପତ୍ର ଦେଇଛନ୍ତି।
Leave a Reply