ସୁକୃବର ମୁକ୍ତିଲାଭ କରି ଥିବା ‘ତୁ ମୋ କମଜରୀ’

Spread the love

ସୁକୃବର ମୁକ୍ତିଲାଭ କରି ଥିବା ‘ତୁ ମୋ କମଜରୀ’

ନବରଙ୍ଗପୁର,: ବଡ ପରଦାରେ ନଜରକୁ ଆସିଛନ୍ତି ସହରର ଉଦୀୟମାନ ଯୁବକ ବିଶାକ୍ତ ଓଡିଆ ସିନେ ଜଗତକୁ ଜିଲ୍ଲାର ଶ୍ରୀରାମ ପଣ୍ଡା, ମୁନ୍ନା ଖାଁ, ଭିକ ଭଞ୍ଜ, ଶୁଭାଶିଷ ଦାଶ, ନିହାର ସାମଲ, ନବକିଶୋର ପଣ୍ଡା, ସୁରେଶ ମହାନ୍ତି, ଆତ୍ମାନନ୍ଦଙ୍କ ଭଳି ଅନେକ ସଫଳ ଅଭିନେତା ଗୌରବାନ୍ବିତ କରିଥିବା ବେଳେ ବିଶାନ୍ତଙ୍କ ନାଁ ଏଥିରେ ଯୋଡିହୋଇଛି।ବିଶାନ୍ତ ପ୍ରଥମଥର ପାଇଁ ବଡ ପରଦାରେ ଅଭିନୟ କରିଛନ୍ତି। ସୁକୃବର୍ ଦିନ ମୁକ୍ତିଲାଭ କରି ଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜରୀ’ ଚଳଚ୍ଚିତ୍ରରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ପୂର୍ବରୁ ସେ ସିନେ ପ୍ରଡକ୍ସନ ସଂସ୍ଥାର କ୍ରିୟୁ ମେମ୍ବର ଥିଲେ। ଫଳରେ ତାଙ୍କୁ ବଲିଉଡ ଓ ଓଲିଉଡର ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ଯାହା ତାଙ୍କୁ ଅଭିନୟରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲା । ସୁପ୍ରିମ ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ ସଂସ୍ଥା ତାଙ୍କୁ ଅଭିନୟ ପାଇଁ ସୁଯୋଗ ଦେଇଥିଲା। ତାଙ୍କ ଅଭିନିତ ଏହା ପ୍ରଥମ ଚଳଚ୍ଚିତ୍ର ହୋଇଥିବା ବେଳେ ଖବର ପ୍ରଚାର ପରେ ସହରରେ ଖୁସିର ଲହରୀ ଖେଳିଯାଇଛି। ସଫଳତା ପାଇଁ ସମସ୍ତେ ଆଶୀର୍ବାଦ କରିଛନ୍ତି ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *