ଦେଶିଆ କୁଟୁମ୍ ଦ୍ବାରା ସାହିତ୍ୟ ଉତ୍ସବ ‘ହର୍ଷିତା’ର ଉଦ୍ଘାଟନ

Spread the love

ଦେଶିଆ କୁଟୁମ୍ ଦ୍ବାରା ସାହିତ୍ୟ ଉତ୍ସବ ‘ହର୍ଷିତା’ର ଉଦ୍ଘାଟନ

ଜୟପୁର : ଜୟପୁର ସହରର ଏସ୍ ଆର୍ ମଲ୍ ରେ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଉଦ୍ଘାଟନ କରି ‘ଏବେ ବାସ୍ତବ କଥା କହିବା, କଳ୍ପନା ଯେତେ ଜାବୁଡି ଧରିଛୁ ସବୁ ପ୍ରହେଳିକା ମୋହ’ ବୋଲି କହିଥିଲେ। ମୁଖ୍ଯ ଅତିଥି ବିଶିଷ୍ଟ ସାହିତ୍ୟିକା ଡଃ ସରୋଜିନୀ ସାହୁ ଯୋଗ ଦେଇ ସାମ୍ପ୍ରତିକ ସମୟର ସୌଖୀନ ସାହିତ୍ୟ ଅପେକ୍ଷା ଭୋଗୁଥିବା ସାହିତ୍ୟ ସମାଜରେ ଅଧିକ ପ୍ରଭାବିତ କରେ ବୋଲି ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ତଥା ପ୍ରଶାସକ ଧର୍ମରାଜ ମାଝୀ ଯୋଗ ଦେଇ ହର୍ଷିତା କାର୍ଯ୍ୟକ୍ରମ ଉପରେ କହିଥିଲେ। ଦେଶିଆ କୁଟୁମର ସଭାପତି ସାଇମନ ବିଡିକା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସବ୍ୟସାଚୀ ବିଷୋୟୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଧର୍ମରାଜ ମାଝୀଙ୍କ ବାବୁଲାଲର ବଂଗଳା ଅନୁବାଦ ଓ ନିଃଶବ୍ଦ ନିରବତା ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ବିମଳଚାନ୍ଦ ପଟ୍ଟନାୟକଙ୍କ ‘ଟିସୁପେପର୍’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଜୀବନବ୍ଯାପୀ ଐତିହାସିକ ଗବେଷଣା କରି ସାହିତ୍ୟ ସାଧନ କରିଥିବା ହେତୁ ବର୍ଷିୟାନ୍ ସାହିତ୍ୟିକ ତଥା ଗବେଷକ ଶ୍ରୀରଙ୍ଗ ନାୟକଙ୍କୁ ‘ପ୍ରଥମ ଆଦିଭୂମୀ ସାହିତ୍ୟ ସମ୍ମାନ – ୨୦୨୪’ ପ୍ରଦାନ କରାଇଥିଲା। ସେହି ଭଳି ହର୍ଷିତା ସମ୍ମାନ ମରଣୋତ୍ତର ଭାବେ ସ୍ବର୍ଗତ ବଳରାମ ପୂଜାରୀଙ୍କୁ ଦିଆଯାଇଥିବା ବେଳେ ହର୍ଷିତା ସାରସ୍ବତ ସମ୍ମାନ ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରକାନ୍ତ ବିଶ୍ବାଳଙ୍କୁ ପ୍ରଦାନ କରା ଯାଇଥିଲା।

ଏହି ଅବସରରେ ହର୍ଷିତାର ପ୍ରକାଶନ ଲୋଗୋ ଉନ୍ମୋଚନ ହୋଇଥିଲା। ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ହର୍ଷିତା କାର୍ଯ୍ୟକ୍ରମରେ ସାହିତ୍ୟ, ସଂସ୍କୃତି, ଇତିହାସ ଓ ସାମ୍ପ୍ରତିକ ସମାଜ ଉପରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଆଲୋଚନା କରିବା ପାଇଁ ସ୍ଥିର ହୋଇଛି।ପ୍ରଥମ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ବାଧୀନତା ସଂଗ୍ରାମକୁ ନେଇ ମନୋରଞ୍ଜନ ତ୍ରିପାଠୀ ଓ ରଞ୍ଜନ ମହୁରିଆ ଆଲୋଚନା କରିଥିବା ବେଳେ ସୁଜାତା ମହାପାତ୍ର ସଂଚାଳନ କରିଥିଲେ। ତୃତୀୟ ଅଧିବେଶନରେ ଆଦିବାସୀ ଅସ୍ମିତା ଉପରେ ପ୍ରଫେସର ଡଃ ଆଲୋକ ବରାଳ ଓ ଅଜିତ କୁମାର ଭୋଇ ଆଲୋଚନା କରିଥିଲେ। ବିଶିଷ୍ଟ ଉପସ୍ଥାପକ ରଘୁନାଥ ବିଶ୍ବାଳଙ୍କ ସଂଯୋଜନାରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସାହିତ୍ୟିକ ଚନ୍ଦ୍ରକାନ୍ତ ବିଶ୍ବାଳ ଓ ଡଃ ମନୋରଞ୍ଜନ ପ୍ରଧାନ ପାଠକ କ ଣ ଚାହେଁ ଶୀର୍ଷକରେ ଆଲୋକପାତ କରି ଥିବା ବେଳେ ଶ୍ରୀଧର ପଟ୍ଟନାୟକ ସଂଚାଳନ କରିଥିଲେ। ଶେଷରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗୀତ ଓ ଚଳଚ୍ଚିତ୍ରରକୁ ନେଇ ନିର୍ଦେଶକ ଅମର ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ଧିରେନ ମୋହନ ପଟ୍ଟନାୟକ ଆଲୋଚନା କରିଥିବା ବେଳେ ଜୟନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଉପସ୍ଥାପିକା ତଥା କବି ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଓ ଦୂରଦର୍ଶନର ଉପସ୍ଥାପକ ଶିବାନନ୍ଦ ବାରିକ ସଂଯୋଜନା କରିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *