ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

Spread the love

ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

ବୈପାରିଗୁଡ଼ା : ଗତକାଲି ସଡ଼କ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ତିନି ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ ।

ଏଥିସହ ଗୋଟିଏ ବାଇକରେ ତିନି/ଚାରି ଜଣ ବସି ଦୂରଦୂରାନ୍ତକୁ ନଯିବା ଏବଂ ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରିବା ପାଇଁ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ ।ପ୍ରକାଶ ଥାଉକି, ଗତକାଲି ସକାଳ ୭ଟା ବେଳେ ବିଚଲକୋଟା ଗ୍ରାମର ଧୋବା ପରଜା, ଲକିନାଥ ପରଜା, ଧନୁର୍ଜୟ ପରଜା ଏବଂ ଘାସିରାମ ପରଜା ୪ ଜଣ ଗୋଟିଏ ବାଇକରେ ଜୟପୁର ନିକଟସ୍ଥ ଭଟାଛିଞ୍ଚି ଗ୍ରାମର ଜଣେ ଚାଷୀଙ୍କ ଜମିକୁ ଧାନ କାଟିବା ପାଇଁ ବାହାରିଥିଲେ । ଜବାକେନାଡ଼ି ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ (ଏପି-୧୬ଟିଜେ-୪୬୭୨) ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ସେମାନେ ଟ୍ରକର ଚକା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ଖବର ପାଇ ବିଧାୟକ ଶ୍ରୀ ମାଛ ବିଚଲକୋଟା ଗ୍ରାମରେ ପହଞ୍ଚି ତିନି ପରିବାରକୁ ଭେଟିବା ସହ ସମବେଦନା ଜଣେଇଥିଲେ । ଏହି ଗସ୍ତ ସମୟରେ ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ଜିଲ୍ଲା ପରିଷଦ ସଭ୍ୟା ମଣି ଜାନୀ, ଲୁକୁନାଥ ଖରା, ପଦ୍ମନ ମାଳି, ନରସିଂହ ବେହେରା, ଦୁର୍ଯ୍ୟୋ ମାଛ, ଧନସାଇ ପରଜା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *