
ଆମ ସମ୍ବିଧାନ, ଆମ ସ୍ୱାଭିମାନ ।
ଭୁବନେଶ୍ୱର, ୨୬/୧୧: ସମ୍ବିଧାନ ଦିବସ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଟ ଓ ଲିଗାଲ ସେଲ୍ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉଦ୍ଘାଟନ କରି କହିଥିଲେ ଯେ, ଭାରତୀୟ ସମ୍ବିଧାନ ଆମ ଦେଶର ଶାସନ ପ୍ରଣାଳୀକୁ ସରଳ କରିବା ସହ ସର୍ବବ୍ୟାପୀ ତଥା ସମସ୍ତ ନାଗରିକଙ୍କୁ ଆଇନଗତ ଅଧିକାର ପ୍ରଦାନ କରିଛି ।
ଆମ ସମ୍ବିଧାନ, ଆମ ସ୍ୱାଭିମାନ । ଏହି ଅବସରରେ ଶ୍ରୀ ସାମଲ ଭାରତ ସମ୍ବିଧାନ ପ୍ରସ୍ତାବନାକୁ ଶପଥ କରାଇଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କଂଗ୍ରେସ ସରକାର ସମୟରେ ସମ୍ବିଧାନର କାର୍ଯ୍ୟକାରିତାରେ ଅନେକ ତ୍ରୁଟି କରିବା ସହ ନିଜ ଦଳର ରାଜନୈତିକ ସ୍ୱାର୍ଥ ପାଇଁ ସମ୍ବିଧାନକୁ ବଦଳାଇବା ଏବଂ ଅପବ୍ୟବହାର କରିଥିଲେ ବୋଲି କହିଛନ୍ତି ।
ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ସୁଦର୍ଶନ ନାୟକ ଉପସ୍ଥାପନା କରିବା ପରେ ଅନ୍ୟତମ ବକ୍ତା କେନ୍ଦ୍ର ସରକାରଙ୍କ ଷ୍ଟାଡିଂ କାଉନ୍ସିଲ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ବିଧାୟକ ଅଗସ୍ତି ବେହେରା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରବିଶଂକର ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ରଖିଥିଲେ ।
Leave a Reply