୯୦୦ଏକର ଜମିରେ ଗୋଲମରିଚ ଚାଷ କରିବାର ଲକ୍ଷ୍ୟ ରଖିଥିଲା।

Spread the love

୯୦୦ଏକର ଜମିରେ ଗୋଲମରିଚ ଚାଷ କରିବାର ଲକ୍ଷ୍ୟ ରଖିଥିଲା।କୋରାପୁଟ: କୋରାପୁଟ କଫି ପରି ବଜାରରେ ଗୋଲମରିଚର ଚାହିଦା ଢେର ରହିଛି। କଫି ପରି ଜିଲ୍ଲାରେ ବହୁଳ ଭାବେ ଧଳା ଓ କଳା ଗୋଲମରିଚ ଚାଷ ହେଉଛି। ଜିଲ୍ଲା‌ରେ ୨୦୨୪-୨୫ଆର୍ଥିକ ବର୍ଷରେ ୫୦୦ଏକରରେ ଚାଷ ହୋଇଛି। ଉଦ୍ୟାନ ବିଭାଗ ମସଲା ମିସନରେ ୯୦୦ଏକର ଜମିରେ ଗୋଲମରିଚ ଚାଷ କରିବାର ଲକ୍ଷ୍ୟ ରଖିଥିଲା। ଏହି ଯୋଜନାରେ ୩୦୦ହେକ୍ଟରରେ ହିଁ ଚାଷ ହୋଇଛି। ବେସରକାରୀ ଭାବେ ୨୦୦ଏକର ଅଧିକା ହୋଇଥିବା ସୂଚନା ମିଳିଛି। ସାମିଲ ହୋଇ ପାରିନଥିବା ୨୦୦ଏକରର ଚାଷୀମାନେ ମସଲା ମିସନରେ ରହିଥିବା ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ ହେବେ।କୋରାପୁଟୁ ଜିଲ୍ଲାରେ ପାନିଭ, ଶୁଭକରା, ଶ୍ରୀକରା, ପଞ୍ଚମୀ, ପୌର୍ଣ୍ଣମୀ, ଗିରିମୁଣ୍ଡା, ପନିୟୁର-୧, ପନିୟୁର-୨, ପନିୟୁର-୩, ପନିୟୁର-୪ ପନିୟୁର-୫, ଶ୍ରୀକର, ବାଲାନକୋଟା, କାଲୁଭାଲି, କାରିମୁମୁଣ୍ଡା, କୁଥିରାଭାଲି, ପଞ୍ଚମୀ, ନାରାୟାକୋଡ଼ି, କୋଟାନଡ଼ନ ଶକ୍ତି ଇତ୍ୟାଦି ଚାଷ କରାଯିବା ସହ ଭଲ ଅମଳ ଦେଉଛି।କୋରାପୁଟ ଜିଲ୍ଲାରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୩୯୮ ଏକର ଜମିରେ ଚାଷ କରାଯାଇଥିଲା । କୋରାପୁଟ, ଲମତାପୁଟ, ଦଶମନ୍ତପୁର, ନନ୍ଦପୁର, ପଟାଙ୍ଗୀ ବ୍ଲକରେ ସରକାରୀ ଓ ବେସରକାରୀ ଚାଷୀ ୩୮୮ ଏକର ଓ ମସଲା ବୋର୍ଡର୧୦ ଏକର ଏଭଳି ୩୯୮ଏକର ଜମିରେ ଚାଷ କରିଥିଲେ। ଗୋଟିଏ ଏକରକୁ ୨୫୦ରୁ ୩୦୦କେଜି ଅମଳ ହେବା ସହ ଲାଭ ପାଇଥିବା କହିଛନ୍ତି ଚାଷୀ।ଜିଲ୍ଲାରେ ଉଦ୍ୟାନ ବିଭାଗ ୨୦୨୪-୨୫ଆର୍ଥିକ ବର୍ଷରେ ୯୦୦‌ଏକର‌ରେ ଏହି ଚାଷ କରିବା ପାଇଁ ଯୋଜନା କରିଥିଲେ ହେଁ ସଠିକ ଭାବେ କାର୍ଯ୍ୟନ୍ବୟନ କରି ଚାଷୀଙ୍କୁ ସାମିଲ କରିପାରିନି। କେବଳ ୩୦୦ଏକରରେ କରାଯାଉଥିବା ଚାଷୀଙ୍କୁ ଉଦ୍ୟାନ ବିଭାଗ ସହାୟତ ଦେଇଛି। ମିସନକୁ ଅଧିକା ସୁଦୁର ପ୍ରସାର କରି ଅଧିକା ଚାଷୀଙ୍କୁ ସାମିଲ କରିବା କ୍ଷେତ୍ରରେ ଫେଲ୍ ମାରିବା ସହ ଲକ୍ଷ୍ୟ ପୁରଣ କରିପାରିନି ବିଭାଗ। ଏହି ମିସନରେ ସାମିଲ ହୋଇପାରିନଥିବା ୨୦୦ଏକରର ଚାଷୀମାନେ ଯୋଜନାରୁ ବଂଚିତ ବି ହୋଇଛନ୍ତି। ପ୍ରଶାସନ ଏହାର ସମୀକ୍ଷା କରିବା ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *