ମକା ମିଳରେ ଡାହାଣ ଗୋଡ଼ ପଶି ନାବାଳକ ଗୁରୁତର l

Spread the love

ମକା ମିଳରେ ଡାହାଣ ଗୋଡ଼ ପଶି ନାବାଳକ ଗୁରୁତର |

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କରଲାପଡା ଗ୍ରାମରେ ଜଣେ ନାବାଳକର ଡାହାଣ ଗୋଡ଼ ମକା ମିଳରେ ପଶି ଯାଇ ଗୁରୁତର ହୋଇ ଥିବା ଜଣାପଡିଛି। ସୂଚନା ପ୍ରକାରେ କରଲାପଡା ଗ୍ରାମର ନାରାୟଣ ଗୌଡ଼ଙ୍କ ପୁଅ କୃଷ୍ଣ ଗୌଡ଼(୧୪) ନିଜ ସମ୍ପର୍କୀୟଙ୍କ ମକା ମିଲିଙ୍ଗ କରିବା ପାଇଁ କିଛି ଲୋକଙ୍କ ସହ ଯାଇଥିଲେ।ଘର ଲୋକ କୃଷ୍ଣଙ୍କୁ ଯିବା ପାଇଁ ମନା କରିବା ସ୍ୱତ୍ତ୍ୱେ ମକା ମିଲିଙ୍ଗ ଗାଡି ସହ ଯାଇଥିଲେ।ତେବେ ମକା ମିଲିଙ୍ଗ ଗାଡ଼ିରେ ମକା ପକାଇବା ପରେ ପ୍ରଥମ ଥର ମେସିନ ଜାମ ହୋଇ ଯାଇଥିଲା।ଏହା ଦେଖି କୃଷ୍ଣ ଡାହାଣ ଗୋଡ଼ରେ ମକା ଗୁଡିକୁ ଚାପିବା ପରେ ପୁଣି ମିସିନ ଚାଲିଥିଲା।ଦ୍ଵତୀୟ ଥର ପୁଣି ମେସିନ ଜାମ ହେବା ଯୋଗୁଁ କୃଷ୍ଣ ମକା ଗୁଡିକୁ ଡାହାଣ ଗୋଡ଼ରେ ଚାପିବା ବେଳେ ମକା ମିସିନ ଡାହାଣ ଗୋଡ଼କୁ ଟାଣି ନେଇ ଯାଇଥିଲା।ଫଳରେ ଡାହାଣ ଗୋଡ଼ର ଆଣ୍ଠୁ ଠାରୁ ତଳ ହାଡ଼ ଓ ମାଂସ ଅଲଗା ହୋଇ ଯାଇଥିଲା।ଘଟଣା ପରେ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *