ଭାରତୀୟ ସମ୍ବିଧାନ ରଚନା ଡ. ଆମ୍ବେଦକରଙ୍କ ଏକ ମହାନ ଅବଦାନ

Spread the love

ଭାରତୀୟ ସମ୍ବିଧାନ ରଚନା ଡ. ଆମ୍ବେଦକରଙ୍କ ଏକ ମହାନ ଅବଦାନ’

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ଯରେ ଶୁକ୍ରବାର ଭାରତର ସାମାଜିକ ପରିଦୃଶ୍ୟକୁ ନୂଆ ରୂପ ଦେଇଥିବା ଦୂରଦର୍ଶୀ ଜନନାୟକ ଭାରତ ରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଭରପ୍ରାପ୍ତ କୁଳପତି ତଥା ଭରପ୍ରାପ୍ତ କୁଳସଚିବ ପ୍ରଫେସର ନୃସିଂହ ଚରଣ ପଣ୍ଡା ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା ଏବଂ ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡ. କପିଳ ଖେମୁଣ୍ଡୁ, ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଡ. ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ଥାୟୀ ପରମ୍ପରାକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହିନ୍ଦୀ ବିଭାଗର ସହକାରୀ ପ୍ରଫେସର ଡ. ସୁନୀତ ପାସୱାନ ସ୍ୱାଗତ ଭାଷଣ ଦେଇ ମହାପରିନିର୍ବାଣ ଦିବସର ମହତ୍ତ୍ୱ ଏବଂ ଡ. ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।ପ୍ରଫେସର ପଣ୍ଡା ତାଙ୍କ ଅଭିଭାଷଣରେ ସ୍ୱାଧୀନତା ପରବର୍ତ୍ତୀ ଭାରତ ପାଇଁ ଡ. ଆମ୍ବେଦକରଙ୍କ ଅତୁଳନୀୟ ଅବଦାନକୁ ବର୍ଣନା କରିଥିଲେ।

ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ର ସମେତ ସମାଜର ସମସ୍ତ ଦିଗକୁ ଅତିକ୍ରମ କରି ସମତା, ନ୍ୟାୟ ଏବଂ ସ୍ୱାଧୀନତା ବିଷୟରେ ଡ. ଆମ୍ବେଦକରଙ୍କ ଦୃଷ୍ଟିକୋଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡ. ଆମ୍ବେଦକରଙ୍କ ଭାରତୀୟ ସମ୍ବିଧାନ ରଚନା ଏକ ମହାନ ଅବଦାନ ବୋଲି ପ୍ରଫେସର ପଣ୍ଡା ଉଲ୍ଲେଖ କରି ଏହାକୁ ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ବୋଲି କହିଥିଲେ। ଭାରତର ସମୃଦ୍ଧି ପାଇଁ ତାଙ୍କର ଦୃଷ୍ଟିକୋଣକୁ ବୁଝିବା ପାଇଁ ତାଙ୍କ ଦ୍ଵାରା ଲିଖିତ ସମସ୍ତ ପୁସ୍ତକକୁ ଅଧ୍ୟୟନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପ୍ରଫେସର ପଲିତା ଡ. ଆମ୍ବେଦକରଙ୍କ ଉଲ୍ଲେଖନୀୟ ଜୀବନ ଏବଂ ତାଙ୍କ ଅବଦାନ, ବିଶେଷ କରି ଭାରତୀୟ ସମ୍ବିଧାନ ପ୍ରଣୟନ ଉପରେ ଆଲୋକପାତ କରିଥିଲେ। ସେ ଆମ୍ବେଦକରଙ୍କ ସାମାଜିକ ଦର୍ଶନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଏବଂ ସମାନତା ଏବଂ ସାମାଜିକ ନ୍ୟାୟ ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଭରତ କୁମାର ପଣ୍ଡା ଭଗବତ ଗୀତାର ଏକ ଶ୍ଳୋକକୁ ଉଦାହରଣ ଦେଇ ଡ. ଆମ୍ବେଦକରଙ୍କୁ ଜଣେ ଦିବ୍ୟ ବ୍ୟକ୍ତିତ୍ୱ (ଭଗବାନଙ୍କ ଅବତାର) ଭାବରେ ବର୍ଣ୍ଣନା କରିଥିଲେ, ଯାହାର ଲକ୍ଷ୍ୟ ଥିଲା ଅଜ୍ଞତା ଦୂର କରିବା ଏବଂ ରାଷ୍ଟ୍ରର ବିକାଶ ପାଇଁ ସାତ୍ୟର ପ୍ରତିଷ୍ଠା କରିବା।ଡକ୍ଟର ଖେମୁଣ୍ଡୁ ଡକ୍ଟର ଆମ୍ବେଦକରଙ୍କ ସାମାଜିକ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ର ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ ଏବଂ ନ୍ୟାୟ, ସମାନତା ଏବଂ ଭାଇଚାରାନୀତିରେ ତାଙ୍କର ବିଶ୍ୱାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆମ୍ବେଦକରଙ୍କୁ ଜଣେ ଦୂରଦର୍ଶୀ ନେତା ଭାବରେ ବର୍ଣନା କରି ତାଙ୍କୁ କେବଳ ଜଣେ ମହାନ ସାମାଜିକ ଚିନ୍ତକ ନୁହଁନ୍ତି, ବରଂ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଏବଂ ରାଜନୈତିକ ନେତା ମଧ୍ୟ ଥିଲେ ବୋଲି କହିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *