ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ବୟଶ୍ରୀ ମେଳା ଅନୁଷ୍ଠିତ ହୋଇଯ଼ାଇଛି

Spread the love

ଜୟପୁର ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ବୟଶ୍ରୀ ମେଳା ଅନୁଷ୍ଠିତ ହୋଇଯ଼ାଇଛି

ଅଦ୍ୟ ତା. 22.11.2024 ରିଖ ଦିନ ଜୟପୁର ପୌରପାଳିକାର ଟାଉନ ହୋଲ ଠାରେ 2024-25 ମସିହାର ଶେଷ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯ଼ାଇଛି । ଏହି ଶିବିରରେ ଶ୍ରୀ ତାରା ପ୍ରସାଦ ବାହିନୀପତି, ବିଧାୟକ, ଜୟପୁର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ, ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି, ଅଧ୍ୟକ୍ଷ, ଜୟପୁର ପୌରପାଳିକା, ଶ୍ରୀମତୀ ବି. ସୁନୀତା, ଉପାଧ୍ୟକ୍ଷା ଏବଂ ଶ୍ରୀ କୃତିବାସ ସାହୁ, ଅତିରକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୟପୁର, ଶ୍ରୀ ପାରୁଷତ୍ତମ ବଳ, ସଭାପତି, ଦିବ୍ୟାଙ୍ଗ ସଂଙ୍ଘ ଜୟଯପୁର ଏବଂ ପୌରପାଳିକାର ସମସ୍ତ ପାରିଷଦ ଯୋଗଦାନ କରିଥିଲେ ।
ଉକ୍ତ ଶିବିରରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ, ମେଡିକାଲ୍ ର ଡାକ୍ତରୀ ବିଶେଷଜ୍ଞ ମାନେ ଯୋଗଦାନ କରି ସମୁଦାୟ 562 ଜଣଙ୍କ ଦିବ୍ୟାଙ୍ଗ ପଞ୍ଜିକରଣ କରିଥିଲେ, ସମାନଙ୍କ ମଧୟରୁ ଅସ୍ଥିଶଲ୍ୟରେ-163, ମୁକ ବଧିର -84, ଦୃଷ୍ଟି ବାଧିତ -57, ମାନସିକ ଅନଗ୍ରସର 66, ରକ୍ତ ହୀନତା -62 ଏବଂ ଆଲିମକୋରେ -130 ଜଣ ଦିବ୍ୟାଙ୍ଗଜନ ନାମ ପଞ୍ଜିକରଣକରି ଡକ୍ତରଙ୍କ ପରାମର୍ଶ ନେବା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ଆନ୍ୟାନ୍ୟ ସହକାରୀ ସୁବିଧା ରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ନିମନ୍ତେ ବିନା ମୂଲ୍ୟରେ ପାସ୍ ଫୋଟ ଏବଂ ଜେରକ୍ସ ମଧ୍ୟ ସୁବିଧା ପ୍ରଦାନ କରାଯାଇଥିଲା ।
ଏହି ଶିବିରରେ ତିନି ଗୋଟି ଦିବ୍ୟାଙ୍ଗକ ସୟଂସହାୟକ ଗୋଷ୍ଠୀ ଙ୍କୁ ଟ.50,000/- ଲେଖାଏ ନିଜର ଜିବନ ଜିବିକା ପାଇଁ ମିଶନ କ୍ଷମତା ଯୋଜନା ଦ୍ୱାରା ପ୍ରଦାନ କରାଯାଇଥିଲା ଏହା ପରେ 57 ଜଣ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା, ତତ୍ ସହିତ ଦିବ୍ୟାଙ୍ଗଜନଙ୍କୁ 7 ଟି ହ୍ୱିଲ ଚେୟାର, 4ଗୋଟି ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ଏବଂ 217ଟି ବସ୍ ପାସ ପ୍ରଦାନ କରାଯ଼ାଇଥିଲା, ତତ୍ ସହିତ 5 ଟି ବାଣିଶ୍ରୀ ଆବେଦନ ପତ୍ର, 2 ଟି ବିବାହ ପ୍ରତ୍ସାହନ ଆବେଦନ ପତ୍ର, 3 ଭିନ୍ନକ୍ଷମ ଙ୍କ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆବେଦନ ପତ୍ର ଗ୍ରହଣ କରାଯ଼ାଇଥିଲା
ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଚପଳା ମିଶ୍ର, ରାଜସ୍ୱ ସହାଯକ, ଶ୍ରୀ ଗୋପାଳ ଚନ୍ଦର ସାହୁ, କ୍ଷିପ୍ର ଲେଖକ ଏବଂ ଶ୍ରୀ ଜଗନ୍ନାଥ ନାୟକ କନିଷ୍ଠ ସହାୟିକା, ସୁଶ୍ରୀ ସ୍ମିତାରାଣୀ ଜେନା, ପ୍ରୋଗ୍ରାମ ସହାୟକ, ପୌରପାଳିକାର କର୍ମକର୍ତ୍ତା, ଶୋଭା, ସ୍ପ୍ରେଡ୍ ଏବଂ ଏକତା ସଂସ୍ଥାର ଷ୍ଟାଫ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଙ୍ଗନୱାଡ଼ି କର୍ମୀ ଏବଂ ପୌରପାଳିକାର ସମସ୍ତ ପାରିଷଦ ଯୋଗଦେଇ ଉକ୍ତ କାର୍ଯକ୍ରମ କୁ ସଫଳ କରିଥିଲେ। ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *