ନକଲି ବିଦେଶୀ ମଦ ଜବତ

Spread the love



ବୈପାରିଗୁଡା,ତା୧୦।୦୭।୨୦୨୫ କୋରାପୁଟ ଜିଲ୍ଲାର ଗାଁ ଗହଳିରେ ଦେଶୀ, ବିଦେଶୀ ନକଲି ମଦ ବିକ୍ରି ହେଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚ଼ଢ଼ଉ ପରେ ବି ବେପାରୀମାନଙ୍କର ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ଏହାକୁ ଆଖ୍ ଆଗରେ ରଖ୍ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଅବକାରୀ ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ରଥଙ୍କ ନେତୃତ୍ବରେ ବୈପାରିଗୁଡା ଅବକାରୀ ଓଆଇସି ଭଗବାନ ମହାନନ୍ଦିଆ ଏବଂ ଷ୍ଟାଫଙ୍କ ସହ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଦେଶୀ ମଦ, ସଲପ ସହିତ ନକଲି ବିଦେଶୀ ମଦ ଜବତ କରାଯାଇଛି ଗତକାଲି ଇନ୍ସପେକ୍ଟର ଅନ୍ନପୂର୍ଣା ରଥ ଅପରାହ୍ନରେ ନିଜ ଟିମ୍ ସହ ପାଟ୍ରୋଲିଂ ପାଇଁ ବାହାରିଥିଲେ ପାଟ୍ରୋଲିଂବେଳେ ବୈପାରିଗୁଡା
ଅବକାରୀ ଥାନା ଅନ୍ତର୍ଗତ ଚନ୍ଦ୍ରଶୁଣ୍ଠିଗୁଡା ଏବଂ ବାଲିଗାଁ ଗ୍ରାମରେ ବେଆଇନ ଭାବେ ନକଲି ବିଦେଶୀ ମଦ ବିକ୍ରି କରାଯାଉଥିବା ଖବର ପାଇଥିଲୋ ତୁରନ୍ତ ଚନ୍ଦ୍ରଶୁଣ୍ଢିଗୁଡା ଗ୍ରାମରେ ପହଞ୍ଚି ଲୁକୁନାଥ ବିଷୋୟୀଙ୍କ ଘରେ ଚଢଉ କରି ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ୨.୧୬୦ ଲିଟର ନକଲି ବିଦେଶୀ ମଦ ସହ ୬. ୬୦୦ ଲିଟର ନକଲି ବିୟର ଜବତ କରିଥିଲେ। ଏଥିସହ ବାଲିଗାଁ ଗ୍ରାମରେ ପହଞ୍ଚି ସୁବାସ ଡାକୁଆଙ୍କ ଘରେ ରଖାଯାଇଥିବା ୨.୩୪୦ ଲିଟର ନକଲି ବିଦେଶୀ ମଦ ସହ ୨୫. ୬୫୦ ଲିଟର ବିୟର ଜବତ କରିଥିଲୋ ଏହାପରେ ଚନ୍ଦ୍ରଶୁଣ୍ଠିଗୁଡା ଗ୍ରାମର ବିନୋଦ ବିଷୋୟୀ ଏବଂ ଅନାମ ହରିଜନଙ୍କ ଘରୁ ୩୦ ଲିଟର ସଲପ ତାଡ଼ି ଏବଂ ୯ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ସମସ୍ତ ୪ ଜଣକୁ ଗିରଫ କରିବା ସହ କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ରଥ ସୂଚନା ଦେଇଛନ୍ତି|

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *