ଶିଶୁକନ୍ୟା ଦୁଷ୍କର୍ମ ଘଟଣାମୁଖ୍ୟ ଅଭିଯୁକ୍ତ ଗିରଫ, ଥାନାରେ ଅଟକ

Spread the love



କୋରାପୁଟ/ବନ୍ଧୁଗାଁ , କୋରାପୁଟଜିଲ୍ଲା ବନ୍ଧୁଗାଁ ଥାନା ଅଧୀନରେ ଜଣେ ଛଅ ବର୍ଷ ବୟସର ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ ପାଇଁ ଥାନାରେ ଅଟକ ରଖିଛି। ଶିଶୁକନ୍ୟାର ଅବସ୍ଥା ସଙ୍ଗିନ ଥିବାରୁ ପୁଲିସ ପରିବାର ବର୍ଗଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନାକୁ ପଠାଇଛି। ଘଟଣାଟି ଅତି ସଙ୍ଗିନୀ ଥିବାରୁ କଡ଼ା ଦଫା ଲାଗିଛି।

ଅଭିଯୁକ୍ତ ବିରୋଧରେ ପୀଡ଼ିତାର ପିତା ଗତକାଲି ରାତିରେ ମାମଲା ରୁଜୁ କରିବା ପରେ ରାତିରେ ତାକୁ ଉଠେଇ ଆଣି ପଚରାଉଚୁରା କରିବା ପରେ ଦୁର୍ଷ୍କମ  କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। 
ସୂଚନାଯୋଗ୍ୟ, ଗତ ୭ ତାରିଖ ଦିନ ବନ୍ଧୁଗାଁ ଥାନା କାନାଗାଁ ପଞ୍ଚାୟତ ଅଞ୍ଚଳରେ ଏହି ଲଜ୍ୟାଜନକ ଘଟଣା ଘଟିଥିଲା। ପୀଡ଼ିତା ଶିଶୁକନ୍ୟାର ପିତାମାତା ସହ ବିଲକୁ ଚାଷ ପାଇଁ ଯାଇଥିଲେ। ବର୍ଷା ହେବାରୁ ପିତାମାତା ଶିଶୁକନ୍ୟାକୁ ନିଜ କୁଡ଼ିଆରେ ଛାଡ଼ି ଚାଷ କାମ ପାଇଁ ଖେତକୁ ଯାଇଥିଲେ। ଏହି ସମୟରେ ସେହି ଗାଁର ଯୁବକ ବେଙ୍କା ପିଡ଼ି (୩୦) ଶିଶୁକନ୍ୟାକୁ ଚକଲେଟ କିଣି ଦେବି କହି ଅନ୍ୟ ଏକ କୁଡ଼ିଆକୁ ନେଇ ଦୁଷ୍କର୍ମ କରିଥିଲା। ଝିଅଟି ଜ୍ଵର କହି ଘରେ ଦୁର୍ବଳ ହୋଇ ଶୋଇ ପଡ଼ିଥିଲା। ମା ପିଲାର ମୁଣ୍ଡ ଓ ଗୋଡ଼କୁ ଆଉଁସି ଦେଉ ଥିବା ବେଳେ ଜଙ୍ଗ ନିକଟରେ ବଥା ହେଉଛି ଝିଅ କହିଥିଲା। ପରେ ଝିଅକୁ ପଚାରିବାରୁ ସବୁ ଘଟଣା ଜାଣିବାକୁ ପାଇଥିଲା। ଝିଅର ମା’ ନିଜର ସ୍ୱାମୀକୁ ଜଣାଇବା ପରେ ୮ ତାରିଖ ଦିନ ଖବରଟି ଗାଁ ଲୋକଙ୍କ ଜାଣିବା ପରେ ଅଭିଯୁକ୍ତକୁ ଓ ବାପାଙ୍କୁ ଡାକି ମାଡ଼ ମାରିଥିଲେ। ପରେ ଗାଁ ଲୋକେ ଓ ପରିବାର ଲୋକେ ସ୍ଥାନୀୟ ଅଭିଯୁକ୍ତ ପୀଡ଼ିତା ଝିଅ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଚିକିତ୍ସା ବେଳେ ଦୁଷ୍କର୍ମ ହୋଇଥିବା ବେଳେ ପ୍ରାଇଭେଟ୍ ପାର୍ଟରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହେଉଥିବାରୁ ଚିକିତ୍ସା କରିଥିବା ଡାକ୍ତର ପୁଲିସକୁ ଯାଇ ଅଭିଯୋଗ କରିବାକୁ କହିଥିଲେ। ପରିବାର ଲୋକ ଅତି ଗରିବ ଶ୍ରେଣୀର ଆଦିବାସୀ ପରିବାରର ହୋଇଥିବା ବେଳେ ଦୁଷ୍କର୍ମ କରିଥିବା ଯୁବକ ସମ୍ପର୍କୀୟ ହୋଇଥିବାରୁ ଲୋକଲଜ୍ୟା ପଦାକୁ ନଆସୁ ଆପୋଷ ବୁଝାମଣା କରା ଘଟଣାକୁ ଚାପି ଦେବାକୁ ପରିବାର ବର୍ଗ ଉପରେ ଚାପ ପକେଇଥିଲେ। କିନ୍ତୁ ଘଟଣା ଅତି ସଙ୍ଗୀନ ଥିବାରୁ ପୁଲିସ  ଅଭିଯୁକ୍ତ ପୀଡ଼ିତା ଝିଅର ବାପା-ମା’ଙ୍କୁ ଆଣି ନିଜ ଆଡୁ ଲିଖିତ ଅଭିଯୋଗ କରି ରୁଜୁ କରି ଆସାମୀକୁ ଗିରଫ କରି ପୁଲିସ ଥାନାରେ ଅଟକ ରଖିଛନ୍ତି। ଉକ୍ତ ଘଟଣାକୁ ନେଇ ବନ୍ଧୁଗାଁରେ ଚର୍ଚ୍ଚା ଚାଲିଥିବା ଦେଖିବାକୁ ମିଳୁଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *