ମଦ ବିକ୍ରି କୁ ବିରୋଧ, ମଦ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ବେନୋରା ପଞ୍ଚାୟତ ମହିଳା ମାନେ।

Spread the love

ନବରଙ୍ଗପୁର: ମଦ କୁ ବିରୋଧ କରିଲେ ଗ୍ରାମ ର ଶତାଧିକ ମହିଳା, ଘରେ ଘରେ ପଶିଲେ, ଦୋକାନ ରେ ପଶି ମଦ ବୋତଲ ଆଣି ରାସ୍ତା ରେ ଫଟେଇଲେ ମହିଳାମାନେ। ଅଞ୍ଚକକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା ମାନେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେନୋରା ପଂଚାୟତ କଲିବେଢା ଗ୍ରାମରେ। ଉକ୍ତ ଗ୍ରାମରେ ମଙ୍ଗଳବାର ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ଏଠାରେ ଥିବା କିଛି ଦୋକାନୀ ବିଗତ ଚାରି ରୁ ପାଞ୍ଚ ବର୍ଷ ହେଲା ମଦ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଗ୍ରାମ ର ପୁରୁଷ ମାନେ ଘରୁ ଟଙ୍କା ଆଣି ଏହି ଦୋକାନ ଗୁଡିକରୁ ମଦ କିଣି ମଦ ପିଇ ଫିଙ୍ଗି ଘରେ ସ୍ତ୍ରୀ ଙ୍କ ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ ।

ଏହି ପରିପ୍ରେକ୍ଷୀରେ ଆଜି ଗ୍ରାମ ର ଶତାଧିକ ମହିଳା ହାଟପଦାରେ ଥିବା ଦୋକାନ ଓ ଘରେ ପଶି ମଦ ବୋତଲ ଆଣି ରାସ୍ତା ଉପରେ ଫଟେଇଥିଲେ ଏବଂ ଆଗାମୀ ଦିନରେ ମଦ ବ୍ୟବସାୟ ବନ୍ଦ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *