ବନ୍ଦେ ଭାରତ ଟ୍ରେନ୍‌କୁ କୋରାପୁଟ ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଦାବି , ପ୍ରଧାନମନ୍ତ୍ରୀଙ୍କୁ ଉତ୍କଳ ସମ୍ମିଳନୀର ଅନୁରୋଧପତ୍ର ।

Spread the love

ଜୟପୁର, 17 /7 ଭୁବନେଶ୍ୱର–ବିଶାଖାପଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଆରାକୁ ମାର୍ଗରେ ଜୟପୁର ହୋଇ କୋରାପୁଟ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଦାବି କରି ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ଅନୁରୋଧପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ଏହି ଅନୁରୋଧ ପତ୍ର ବିଶାଖାପଟଣା ରେଳ ଡିଭିଜନର ବାଣିଜ୍ୟ ପରିଚାଳକ ପ୍ରବୀଣ କୁମାର ଓ ଏଡିଆରଏମ୍ ଇ. ସାଛାରାମଙ୍କ ମାଧ୍ୟମରେ ପଠାଯାଇଛି।
ଉତ୍କଳ ସମ୍ମିଳନୀର କୋରାପୁଟ ଶାଖା ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼, ରାଜ୍ୟ ପରିଷଦ ସଭ୍ୟ ବାଲା ରାୟ ଓ ଅନ୍ୟାନ୍ୟ ନେତାମାନେ ଜଣାଇଛନ୍ତି ଯେ, ଭୁବନେଶ୍ୱର–ବିଶାଖାପଟଣା ବନ୍ଦେ ଭାରତ ଟ୍ରେନ୍‌ଟି ସପ୍ତାହରେ ୬ ଦିନ ଚାଲିଥିବା ବେଳେ ଏହା ଭୁବନେଶ୍ୱରରେ ୬ ଘଣ୍ଟା ଓ ବିଶାଖାପଟଣାରେ ୪ ଘଣ୍ଟା ଅପେକ୍ଷା କରୁଥିବା ଯାତ୍ରା ସମୟକୁ ଉପଯୋଗ କରି ଟ୍ରେନ୍‌ଟିକୁ ୨୧୫ କି.ମି. ଅତିରିକ୍ତ ଚାଲାଇ କୋରାପୁଟ ପର୍ଯ୍ୟନ୍ତ ବଢାଯାଇପାରିବ। ଏହା ଦ୍ୱାରା ଅଞ୍ଚଳର ଯାତ୍ରୀମାନେ ଉନ୍ନତ ଯାତାୟାତ ସୁବିଧା ପାଇପାରିବେ।
ପ୍ରତିଦିନ ଚାଲୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ରାୟଗଡ଼ା ମାର୍ଗରେ ୧୩ ଘଣ୍ଟା ନେଇ କୋରାପୁଟ–ଭୁବନେଶ୍ୱର ଯାତ୍ରା କରୁଛି, କିନ୍ତୁ ବନ୍ଦେ ଭାରତ ଟ୍ରେନ୍ ସଂପ୍ରସାରଣ ହେଲେ ସମୟ ଓ ଦୂରତା ଦୁହିଁ ହ୍ରାସ ପାଇପାରିବ।
ଏହି ଅବସରରେ ଜୟପୁରରେ ନିର୍ମାଣାଧୀନ ‘ଅମୃତ ଭାରତ ରେଳ ଷ୍ଟେସନ୍’ ରୁ ଜାତୀୟ ରାଜପଥ ୩୨୬ ପର୍ଯ୍ୟନ୍ତ ଏକ ସଂଯୋଗ ସଡ଼କ ନିର୍ମାଣ ପାଇଁ ମଧ୍ୟ ଦାବି ଉଠିଛି।
ଡିଭିଜିନାଲ୍ କମର୍ସିଆଲ୍ ମ୍ୟାନେଜର ପ୍ରବୀଣ କୁମାର କହିଛନ୍ତି ଯେ, ଦାବିଗୁଡ଼ିକୁ ବିଭାଗୀୟ ସ୍ତରରେ ଖତିଆନ କରାଯାଉଛି ଓ ଉଚ୍ଚସ୍ତରୀୟ ଅନୁସନ୍ଧାନ ଚାଲିଛି। ଦୂତ ରେ ଟ୍ରେନ୍ ସଂଯୋଗ ନଥିବା ଜୟପୁରକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଥିଲେ—ପବିତ୍ର ମୋହନ ପାତ୍ର, ବଳରାମ ପାଇକରାୟ, ସତ୍ୟନାରାୟଣ ତ୍ରିପାଠୀ, ପ୍ରଭାକର ରଥ, ସୁଶୀଲ ପାଣିଗ୍ରାହୀ ଓ ବାଣିଜ୍ୟ ନିରୀକ୍ଷକ ସୁନୀଲ କୁମାର ପୃଷ୍ଟି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *