ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଜାତୀୟ ଗୌରବ ଦିବସ ପାଳିତ

Spread the love

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଜାତୀୟ ଗୌରବ ଦିବସ ପାଳିତ।କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଆନୁକୁଲ୍ୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ନଭେମ୍ବର ୧୫ ତାରିଖରେ ସୁନାବେଡ଼ା ପରିସରରେ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ ନଭେମ୍ବର ୨୦୨୪ରେ ପାଳନ ହେବାକୁ ଥିବା ଦେଶର ସମ୍ବିଧାନ ଦିବସ ପର୍ଯ୍ୟନ୍ତ ଜାରି ରହିବ। ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍‌ଘାଟନ ଓ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା; ଉପଦେଷ୍ଟା – ଏକାଡେମିକ ଆଣ୍ଡ ଆଡମିନିଷ୍ଟ୍ରେସନ ପ୍ରଫେସର ଭି.ସି.ଝା; ଏବଂ ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡ. କପିଳ ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ। କୁଳପତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହ ଭଗବାନ ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବିର୍ସା ମୁଣ୍ଡା ଜୟନ୍ତୀ କେବଳ ସ୍ମୃତିର ଦିନ ନୁହେଁ ବରଂ ଆଦିବାସୀ ସମ୍ପ୍ରଦାୟର ପରିଚୟ, ସଂସ୍କୃତି ଓ ଐତିହ୍ୟର ଉତ୍ସବ। ସେ ଭାରତର ଇତିହାସ ରଚନାରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିଥିଲେ ଏବଂ ଉଲଗୁଲାନ ଆନ୍ଦୋଳନ ସମୟରେ ବିର୍ସା ମୁଣ୍ଡାଙ୍କ ସାହସିକତା ଏବଂ ପ୍ରତିରୋଧକୁ ବର୍ଣନା କରିଥିଲେ। ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, କୃଷି ଓ ଉଦ୍ଭାବନ କ୍ଷେତ୍ରରେ ନିଜର ସାହସ ପ୍ରୟୋଗ କରି ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା ହେବାରେ ଯୋଗଦାନ କରିବାକୁ ପ୍ରଫେସର ତ୍ରିପାଠୀ ଆଜିର ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ୨୪ ବର୍ଷ ବୟସରେ ବିର୍ସା ମୁଣ୍ଡାଙ୍କ ଜୀବନ ଦୁଃଖଦ ଭାବେ କଟିଯାଇଥିଲେ ମଧ୍ୟ ଶକ୍ତି ଓ ସ୍ଥିରତାର ପ୍ରତୀକ ଭାବରେ ତାଙ୍କର ପରମ୍ପରା ପିଢ଼ିକୁ ପ୍ରେରଣା ଦେଉଛି ବୋଲି ସେ ଉଲ୍ଲେଖ କରିଥିଲେ।ପ୍ରଫେସର ପଣ୍ଡା ବ୍ରିଟିଶ ଉପନିବେଶବାଦୀ ଶାସନ ବିରୋଧରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ ଓ ସଂଘର୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ ଏବଂ ସମାଜର ବିକାଶ ପାଇଁ ତାଙ୍କ ଆଦର୍ଶ ଅନୁକରଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଫେସର ଝା ଭାରତର ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂସ୍କୃତି ଉପରେ ଆଲୋକପାତ କରିଥିଲେ ଏବଂ “ମୁଁ” ପରିବର୍ତ୍ତେ “ଆମେ” ର ସାମୂହିକ ଭାବନା ଭାରତୀୟ ସମାଜର ମୂଳଦୁଆ ବୋଲି ଗୁରୁତ୍ୱାରୋପ କରିଥିଲେ । ଡ. ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେଇ ଉଭୟ ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ସାମାଜିକ-ସାଂସ୍କୃତିକ ବିକାଶରେ ବିର୍ସା ମୁଣ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ।ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଭରତ କୁମାର ପଣ୍ଡା ଓ ହିନ୍ଦୀ ବିଭାଗର ମୁଖ୍ୟ ଡ. ଚକ୍ରଧର ପଧାନ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ପରିବର୍ତନଶୀଳ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଲିଙ୍ଗରାଜ ନାୟକ, ଓମ୍ ପ୍ରକାଶ ବିଷୋୟୀ ଓ ପ୍ରକାଶ ଭଳି ଛାତ୍ରମାନେ ବିର୍ସା ମୁଣ୍ଡାଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ନୃତତ୍ତ୍ୱ ବିଜ୍ଞାନର ମୁଖ୍ୟ ଡ. ଶ୍ରୀନିବାସ ବି କୋଟନାକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନ୍ ଏସ୍ ଏସ୍ ସଂଯୋଜକ ଡ. ଅଞ୍ଜନେୟୁଲୁ ଥୋଟାପଲ୍ଲୀ ଓ ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସଂଯୋଜନା କରିଥିଲେ। ଜୟଦେବ ଧଙ୍ଗାମାଝୀ, ମଧୁସ୍ମିତା ଜେନା ଓ ଶୁଭନୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଡ. ନିର୍ଝାରିଣୀ ତ୍ରିପାଠୀ, ଡ. ନିଖିଲ କୁମାର ଗୌଡ଼, ଡ. ପ୍ରଦୋଷ କୁମାର ରଥ, ଡ. ରାମେନ୍ଦ୍ର କୁମାର ପାଢ଼ୀ, ଡ. ଶ୍ରୀକାନ୍ତ ଏଲ୍ ଆର୍ଲେ, ଡ. ପ୍ରସେନଜିତ୍ ସିହ୍ନା, ଡ. ସଞ୍ଜୀବ ସରକାର ଓ ଡ. ଦେବାଶିଷ କର୍ମାକରଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଆସନ୍ତା ୨୬ ନଭେମ୍ବର ୨୦୨୪ରେ ପାଳିତ ହେବାକୁ ଥିବା ସମ୍ବିଧାନ ଦିବସ ପର୍ଯ୍ୟନ୍ତ ଏହି ଉତ୍ସବର ସପ୍ତାହବ୍ୟାପୀ ବିଶ୍ବବିଦ୍ୟାଳୟରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *