ନୂଆ ଡିଆଇଜିଙ୍କୁ ସାମ୍ବାଦିକଙ୍କ ସ୍ଵାଗତ, ମାଲକାନଗିରି ହତ୍ୟାକାଣ୍ଡ ତଦନ୍ତ ଦାବି l

Spread the love

ଜୟପୁର, ୨୦ ଜୁଲାଇ (ସିମାଦ୍ରୀ): ଦକ୍ଷିଣ ପଶ୍ଚିମାଞ୍ଚଳ ନବନିଯୁକ୍ତ ଡିଆଇଜି ଡ଼ା. କନ୍ୱର ବିଶାଳ ସିଂଙ୍କୁ ଜିଲ୍ଲା ସାମ୍ବାଦିକମାନେ ଭେଟି ସ୍ଵାଗତ ଜଣାଇଛନ୍ତି। କଳିଙ୍ଗ ୟୁନିଅନ ଅଫ୍ ୱାର୍କିଙ୍ଗ ଜର୍ଣାଲିଷ୍ଟ ପକ୍ଷରୁ ଫୁଲତୋଡ଼ା ପ୍ରଦାନ କରି ଡିଆଇଜିଙ୍କୁ ଆଦର୍ଶ ସ୍ଵାଗତ ଦିଆଯାଇଥିଲା।
ଏହି ସନ୍ଧର୍ଭରେ ମାଲକାନଗିରିର ଏକ ୱେବ ଚ୍ୟାନେଲ ସାମ୍ବାଦିକଙ୍କ ନ୍ୟାୟିକ ହତ୍ୟା ମାମଲାରେ ତଦନ୍ତ ଓ ନ୍ୟାୟ ଦାବିକରି ଏକ ହତ୍ୟା ସ୍ମାରକ ପତ୍ର ଡିଆଇଜିଙ୍କୁ ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ, ଅଭିଯୁକ୍ତଙ୍କୁ କଠୋର ଶାସନ, ମୃତ ସାମ୍ବାଦିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନର ଦାବି ଉଠାଯାଇଛି।
ଡ଼ା. ବିଶାଳ ସିଂ ଏହି ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କରି ସଂପୂର୍ଣ୍ଣ ତଦନ୍ତ ପରେ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି ଆଶ୍ୱାସନ ଦେଇଛନ୍ତି।
ଏହି ଅବସରରେ ଜିଲ୍ଲା ସଂଘର ସମ୍ପାଦକ ବାସୁଦେବ ବରାଡ଼, ସଭାପତି ଜ୍ଞାନେନ୍ଦ୍ର ପଟ୍ଟନାୟକ, ଅମିତ ପରିଛା, ତୁଳାରାମ ମାଝୀ, ଉତ୍ତମ କୁମାର ନାୟକ, ପବିତ୍ର ସେଠି, ସତ୍ୟଜିତ ମହାନ୍ତି ଓ କୃଷ୍ଣବାସ ପ୍ରଧାନ ଉପସ୍ଥିତ ଥିଲେ।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *