ନାରୀ ସ୍ବାସ୍ଥ୍ୟ ଉନ୍ନତି ପାଇଁ ଷ୍ଟାର୍ଟଅପ୍ ‘ସି କେୟାର’ – ଜୟପୁରରେ ରୀତିକା ଟିମ୍ ସମ୍ମାନିତ ।

Spread the love

ଜୟପୁର, ୨୩/୭ ଏନ୍‌କେଟି ରୋଡ୍‌ର ଛାତ୍ରୀ ରୀତିକା ଜୁମାନୀ ଓ ତାଙ୍କ ଦଳ ‘ଟିମ୍ ରାଜସ୍ଥାନ’ ଜୟପୁରରେ ଏକ ଜାତୀୟ ସ୍ତରୀୟ ଷ୍ଟାର୍ଟଅପ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛନ୍ତି। ତାଙ୍କ ଷ୍ଟାର୍ଟଅପ୍ ଆଇଡିଆ ‘ସି କେୟାର’ ପାଇଁ ଟିମ୍‌କୁ ମାନପତ୍ର ଓ ୨୧,୦୦୦ ଟଙ୍କା ପୁରସ୍କାର ଦିଆଯାଇଛି।
‘ସି କେୟାର’ ଏକ ନାରୀ ସ୍ବାସ୍ଥ୍ୟକେନ୍ଦ୍ରିକ ଅଭିଯାନ, ଯାହା ମାସିକ ଋତୁଚକ୍ର ସମୟର ସ୍ବଚ୍ଛତା, ସ୍ବାସ୍ଥ୍ୟ ଶିକ୍ଷା ଓ ସାମାଜିକ ଜାଗରୁକତା ବୃଦ୍ଧି କୁ ଲକ୍ଷ୍ୟ କରିଥିଲା। ଏହି ପ୍ରତିଯୋଗିତା ଆଇସିଏଆଇ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟଡ୍ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ) ଦ୍ୱାରା ଆୟୋଜିତ ହୋଇଥିଲା, ଯାହାରେ ଦେଶର ୩୪ ଦଳ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ପଛରେ ପକାଇ ଟିମ୍ ରାଜସ୍ଥାନ ଶ୍ରେଷ୍ଠ ଭାବରେ ଚିହ୍ନଟ ହୋଇଛି।
ଏହି ଉପଲବ୍ଧି ରୀତିକାଙ୍କ ଉଦ୍ୟମଶୀଳତା, ସମାଜପ୍ରତି ବାଧ୍ୟତା ବୋଧ ଓ ନୂତନ ଚିନ୍ତାଧାରାକୁ ପ୍ରତିବିମ୍ବିତ କରେ। ଏହା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସ୍ତ୍ରୋତ ହେବ।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *