ଶଶୁରଘରରେ ଝିଅର ଅସ୍ତମ ମୃତ୍ୟୁ, ମା’ କହିଲେ ହତ୍ୟା; ଥାନାରେ ଅଭିଯୋଗ

Spread the love

ବୈପାରିଗୁଡ଼ା, କୋରାପୁଟ , ଶଶୁରଘରରେ ଝିଅର ଅସ୍ପଷ୍ଟ ମୃତ୍ୟୁକୁ ନେଇ ବୈପାରିଗୁଡ଼ା ଥାନାରେ ହତ୍ୟା ଅଭିଯୋଗ ଦାଖଲ କରିଛନ୍ତି ଜଣେ ମା’। ବୈପାରିଗୁଡ଼ା ମେନ୍ ରୋଡର ବସିନ୍ଦା ମଞ୍ଜୁଳା ନାୟକ ଆପଣଙ୍କ ଝିଅ ବର୍ଷା (୨୦) ଗତ ୨୦୨୩ ସେପ୍ଟେମ୍ବର ୧୬ ରେ ଘରୁ ଚାଲିଯାଇଥିଲେ। ସେ ହନୁମାନ ନଗର ନିବାସୀ ଧନ ଟାକ୍ରିଙ୍କ ପୁଅ ଦୁଃଖି ଶ୍ୟାମ ଟାକ୍ରି ସହ ପ୍ରେମ ବିବାହ କରିଥିଲେ।
ମା’ ମଞ୍ଜୁଳା ନାୟକ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଝିଅକୁ ଶ୍ବାମୀ ଓ ଶଶୁରଘର ଲୋକେ ପ୍ରତିନିୟତ ନିର୍ଯାତନା ଦେଉଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ବର୍ଷା ମା’ଙ୍କୁ ମେସେଜ୍ କରି ମାରପିଟ ଘଟୁଥିବା ତଥ୍ୟ ଦେଇଥିଲେ। ଏହି ପରେ ଝିଅଙ୍କ ମୃତଦେହ ବେକରେ ଓଢ଼ଣୀ ଲଗାଇ ଝୁଲିଥିବା ଅବସ୍ଥାରେ ମିଳିଥିବା ନେଇ ସନ୍ଦେହ ଜନ୍ମ ନେଇଛି।
ମଞ୍ଜୁଳା ନାୟକ ମାନିଛନ୍ତି ଯେ ଏହା ଏକ ଯୋଜନାମୂଳକ ହତ୍ୟା ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶିଘ୍ର କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବୈପାରିଗୁଡ଼ା ପୋଲିସ ଘଟଣା ସ୍ଥଳକୁ ଜାଇ ତଦନ୍ତ ଆରମ୍ଭ କରିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *