
କୋରାପୁଟ,ଜୟପୁର – ୨୭/୭ ଜିଲ୍ଲା କୋୖର୍ଟ ଠାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କରାଯାଇଥିଲା । ଓଡ଼ିଶା ରାଜ୍ୟଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶ ଅନୁଯାୟୀ ଆଜି ତା.27-07-୨0୨5 ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଏହି ଲୋକ ଅଦାଲତରେ କେବଳ N.I. Act cases U/s.138 ମାମଲା ଉପରେ ଆପୋଷ ସହମତିରେ ସମାଧାନ କରାଯାଇଥିଲା । ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଶ୍ରୀ ପ୍ରଦୀପ କୁମାର ମହନ୍ତ, ରେଜିଷ୍ଟାର୍ ସିଭିଲ୍ କୋର୍ଟ, ଶ୍ରୀ ବିଷ୍ଣୁ ପ୍ରାସାଦ ଦେବତା, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ଏସ୍.ଡି.ଜେ.ଏମ୍, ଶ୍ରୀ ସନ୍ତୋଷ କୁମାର ବାରିକ ଓ ପ୍ରଥମ ଶ୍ରେଣୀ ବିଚାବିଭାଗୀୟ ଦଣ୍ଡଧିକରି ଶ୍ରୀ ହରମୋହନ ଦାସ ଉପସ୍ଥିତ ରହି ମୋକଦ୍ଦମା ସମାଧାନ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ସମୁଦାୟ ମକଦ୍ଦମା 49 ଗୋଟି ମାମଲାରୁ 12 ଗୋଟି N.I. Act cases U/s.138 ମାମଲାରେ ଫଇସଲା କରାଯାଇ 37,45,777- ଟଙ୍କା ଧାର୍ଯ୍ୟ କରାଯାଇଥିଲା।