ଆକାଂକ୍ଷା ଯୋଜନାରେ ଉତ୍କୃଷ୍ଟ କାର୍ଯ୍ୟନିଷ୍ପାଦନ: କୋରାପୁଟ ଜିଲ୍ଲାପାଳ ଓ ଦୁଇ ବିଡିଓ ରୌପ୍ୟ ପଦକ ପ୍ରାପ୍ତ

Spread the love

କୋରାପୁଟ/ଭୁବନେଶ୍ୱର, ୨୯/୭ ରାଜ୍ୟ ସ୍ତରୀୟ “ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ” ଦିନାଙ୍କ ୨୯.୦୭.୨୫ ରେ ଭୁବନେଶ୍ୱର ଥିବା ଲୋକସେବା ଭବନର ରାଜ୍ୟ କନଭେନସନ ସେଣ୍ଟରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ସମାରୋହରେ ଆକାଂକ୍ଷା ଜିଲ୍ଲା ଓ ବ୍ଲକର ଉତ୍କୃଷ୍ଟ କାର୍ଯ୍ୟନିଷ୍ପାଦନ ପାଇଁ ଜିଲ୍ଲାପାଳ, ବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସମ୍ମାନିତ ହେଲେ। କୋରାପୁଟ ଜିଲ୍ଲାରେ ତ୍ରଇମାସିକ ଗର୍ଭବତୀ ପଞ୍ଜୀକରଣ, ମଧୁମେହ ଓ ଉଚ୍ଚ ରକ୍ତଚାପ ସ୍କ୍ରିନିଂ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ବିଦ୍ୟାଳୟ ପାଠ୍ୟପୁସ୍ତକ ବଣ୍ଟନ ଓ ମାଧ୍ୟମିକ ବିଦ୍ୟାଳୟ ବିଦ୍ୟୁତୀକରଣ ଭଳି ୫ଟି ମୂଳ ତଥ୍ୟାଙ୍କରେ ସମ୍ପୂର୍ଣ୍ଣତା ହାସଲ କରିଥିବାରୁ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ରୌପ୍ୟ ପଦକ ଦିଆଯାଇଛି।
ତଦୁପରି, ଆକାଂକ୍ଷା ବ୍ଲକ ପ୍ରଗତି କାର୍ଯ୍ୟନିଷ୍ପାଦନରେ ଉଲ୍ଲେଖନୀୟ ଭୂମିକା ପାଳନ କରିଥିବା ଲକ୍ଷ୍ମୀପୁର ଓ ଲମତାପୁଟ ବ୍ଲକର ବିଡିଓଙ୍କୁ ମଧ୍ୟ ରୌପ୍ୟ ପଦକ ପ୍ରଦାନ କରାଯାଇଛି।
ଏହି ସମାରୋହ ମାଧ୍ୟମରେ ରାଜ୍ୟରେ ଚାଲିଥିବା ଆକାଂକ୍ଷା ଯୋଜନାର ଲକ୍ଷ୍ୟପୂରଣ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀମାନଙ୍କ ପ୍ରତି ବୃହତ ପ୍ରୋତ୍ସାହନ ଦିଆଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *