
କୋରାପୁଟ/ ବୈପାରିଗୁଡ଼ା ୨୯/୭ ସରକାରୀ ଯୋଜନା ବିଫଳ ହେଲେ ଗ୍ରାମବାସୀ ନିଜେ ଉଦ୍ୟମୀ ହେଲେ। ବୈପାରିଗୁଡ଼ା ବ୍ଲକର ବାଲିଗାଁ ପଞ୍ଚାୟତ ଅନ୍ତର୍ଗତ ମାଉଲିଗୁଡା, କୁରକୁଟିଗୁଡା ଓ ରତଲିଆଗୁଡା ଗ୍ରାମର ଲୋକେ ନିଜ ଖର୍ଚ୍ଚ ଓ ଶ୍ରମଦାନରେ ବାଉଁଶର ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି।
ଏହି ଗ୍ରାମଗୁଡିକର ମୁଖ୍ୟ ଯାତାୟତ ପଥ ସୁରା ନଦୀ ଉପରେ ଥିଲେ ମଧ୍ୟ, ବର୍ଷା ଦିନରେ ନଦୀ ବିପଦ ସୀମା ଛୁଇଁଯିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ ସରକାରୀ ସ୍ତରରୁ ପୋଲ ନିର୍ମାଣ ନହେବାକୁ ଦେଖି ଗ୍ରାମବାସୀ ନିଜ ହସ୍ତକୃତ ବାଉଁଶ ପୋଲ ତିଆରି କରିଛନ୍ତି।
ମାଉଲିଗୁଡା ଗ୍ରାମର ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ବାଳକ-ବାଳିକା ଦୈନିକ ଶିକ୍ଷା ପାଇଁ ଏହି ଜନ୍ତା ପୋଲ ଉପରେ ଚାଲି ଆସୁଥିବା ଦେଖାଯାଉଛି। ବର୍ଷା ଦିନରେ ଏହି ପୋଲ ଅତ୍ୟଧିକ ବିପଜ୍ଜନକ ହୋଇଯାଉଥିଲେ ମଧ୍ୟ, ଚାରିପାଖରେ ବିକଳ୍ପ ନଥିବାରୁ ସେମାନେ ଜୀବନ ବାଜି ଲଗାଇ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ପୂର୍ବରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଏହି ପୋଲ ନିର୍ମାଣ ପାଇଁ ଅନେକଥର ଦାବି ହୋଇଛି। ଏଥିପାଇଁ କେବଳ ବ୍ଲକ ସ୍ତରରେ ନୁହେଁ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ କୋଟପାଡ଼ ବିଧାୟକ ରୁପୁ ଭତ୍ରାଙ୍କୁ ମଧ୍ୟ ନିବେଦନ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଥୋସ ପଦକ୍ଷେପ ଗ୍ରହଣ ହୋଇନାହିଁ।
ବାଲିଗାଁ ସରପଞ୍ଚ ଗୋବର୍ଦ୍ଧନ କାଣ୍ଡକି ବିଚାରରେ, ଏପରି ବଡ଼ ପୋଲ ପଞ୍ଚାୟତ ଫଣ୍ଡରେ କରିହେବା ସମ୍ଭବ ନୁହେଁ, ତେଣୁ ସେ ଆର୍ଡି ଓ ଜିଲ୍ଲାପାଳଙ୍କ ମାନ୍ୟତା ମାଗି ଶୀଘ୍ର ପୋଲ ନିର୍ମାଣ ପାଇଁ ପୁନର୍ବାର ଚେଷ୍ଟା କରିବେ ବୋଲି ଜଣାଇଛନ୍ତି।