ପାକ୍ଷୀ ମିଳନ ଦେଖି ଦୁଇ ଯୁବକଙ୍କୁ ‘ମୃତ’ ଘୋଷଣା: ଆନ୍ଧବିଶ୍ୱାସର ଅନ୍ଧକାର ରୂପ

Spread the love


ପାତ୍ରଗୁଡ଼ା ରେ ଆଦିବାସୀ ପରମ୍ପରା ନାଁରେ ଅନୁଠା ଘଟଣା

କୋରାପୁଟ, ୩୧ /୭ ବୈଜ୍ଞାନିକ ଉନ୍ନତି ଓ ଆଧୁନିକ ଯୁଗ ମଧ୍ୟରେ ମଧ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏକ ଅନ୍ଧବିଶ୍ୱାସ ପୂର୍ଣ୍ଣ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଜିଲ୍ଲା ମୁଖ୍ୟାଳୟରୁ କେବଳ ୧୦ କି.ମି ଦୂରରେ ଥିବା ପାତ୍ରଗୁଡ଼ା ଗାଁରେ, ଦୁଇ ଯୁବକ ଦୁଇଟି କାଉଙ୍କ ପାକ୍ଷୀର ମିଳନ ଦେଖିଥିବାକୁ ନେଇ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ତାଙ୍କୁ ‘ମୃତ’ ଘୋଷଣା କରି ଅନ୍ତିମ ସଂସ୍କାର କାର୍ଯ୍ୟ କରିଥିଲେ।
ସ୍ଥାନୀୟ ବିଶ୍ୱାସ ଅନୁଯାୟୀ, ଏପରି ଦୃଶ୍ୟ ଦେଖିବା ମୃତ୍ୟୁର ଅଶୁଭ ସଙ୍କେତ ବୋଲି ମନ୍ୟତା ରହିଛି। ଏହି ଭୟ ଓ ଅନ୍ଧବିଶ୍ୱାସ ଦ୍ୱାରା ପ୍ରଭାବିତ ହୋଇ ଦୁଇ ଯୁବକଙ୍କୁ ବାଉଁଶ କୋକେଇରେ ଶୁଆଇ ଅନ୍ତିମ ସଂସ୍କାର ପାଳନ କରାଯାଇଥିଲା। ସେମାନଙ୍କ ପରିବାର ଲୋକେ ଶୋକ ପାଳନ କରୁଥିଲେ, ଏବଂ ଗାଁ ମଧ୍ୟରେ ଶୁଦ୍ଧିକରଣ ଓ ଅନ୍ତିମ କାର୍ଯ୍ୟ ବ୍ୟବସ୍ଥା କରାଯାଇଥିଲା।
ତଥାପି, ଏହା ପରେ ଏକ ନାଟକୀୟ ମୋଡ଼ ନେଇଥିଲା। ସମ୍ପ୍ରଦାୟୀ ରୀତିନୀତି ଶେଷ କରି, ଦୁଇ ଯୁବକଙ୍କୁ ପୁଣି ଘରକୁ ଫେରାଇ ଆଣାଯାଇଥିଲା। ଏହା ଅନ୍ଧବିଶ୍ୱାସ ଓ ରୁଢ଼ିବାଦୀ ପ୍ରଥା କେଉଁପରି ଏପରି ଅନୁଠା କାଣ୍ଡ ଘଟାଏ, ତାହାର ଏକ ଜିବନ୍ତ ଉଦାହରଣ।
ସମ୍ପର୍କିତ ପ୍ରଶାସନ କିମ୍ବା ବିଧିବାନ୍ତ ଉପାୟ ନେବା ପାଇଁ ଏପରି ଘଟଣା ଉପରେ ଗଭୀର ଅବଲୋକନ ଆବଶ୍ୟକ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *