ଅଟକିଛି ରାସ୍ତା ନିର୍ମାଣ, ପିଡିଏସ୍ ଚାଉଳ ଯୋଗାଣ ବାଧାଗ୍ରସ୍ତ — ପଞ୍ଚାୟତବାସୀ ହନ୍ତସନ୍ତ ।

Spread the love


ବନ୍ଧୁଗାଁ, ୩୧ /୭ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାବ୍ରିବାଡି ପଞ୍ଚାୟତକୁ ଯୋଗାଯୋଗ କରୁଥିବା ରାସ୍ତା ନିର୍ମାଣ ଅଧୂରା ରହିଯିବାରୁ ପ୍ରବଳ ବର୍ଷା ପରିସ୍ଥିତିରେ ଏହା ଦୁଃଖଦ ଅବସ୍ଥାକୁ ଆସିପହଞ୍ଚିଛି। ପଚ୍‌ପଚ୍‌ କାଦୁଅ ଓ ଖରାପ ରାସ୍ତା ପାଇଁ ଗ୍ରାମବାସୀ ମାନେ ଅନେକ ଅସୁବିଧାରେ ଅଛନ୍ତି।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନୁସାରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଠିକାଦାର ଅଦୃଶ୍ୟ ହୋଇଯିବା ପରେ ରାସ୍ତା ବିକାଶ ଅପୂର୍ଣ୍ଣ ରହିଛି। ଏହି ଅବସ୍ଥାରୁ ଗର୍ଭବତୀ ମହିଳା, ରୋଗୀ ଓ ଅନ୍ୟାନ୍ୟ ଆବଶ୍ୟକ ଯାତ୍ରୀମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି।
ଏହି ଅବସ୍ଥାରେ ପିଡିଏସ୍ ଚାଉଳ ଯୋଗାଣ ମଧ୍ୟ ବ୍ୟାଘାତ ଗ୍ରସ୍ତ ହୋଇଛି। ବିକଳ୍ପ ରାସ୍ତା ଖୋଜିବା ଚେଷ୍ଟା ହେଉଥିବା ସତ୍ୱେ, କେଉଁଠି ମଧ୍ୟ ଭଲ ଅବସ୍ଥାରେ ରାସ୍ତା ନଥିବାରୁ ଟ୍ରକ ଚାଳକମାନେ ଯାଇପାରୁ ନାହାନ୍ତି। ଫଳରେ ଚଳିତ ମାସରେ ୧୦ଟି ଖଣ୍ଡ ଗ୍ରାମର ଲୋକମାନେ ଚାଉଳ ମିଳିବାକୁ ନାହାନ୍ତି ବୋଲି ଆଶଙ୍କା ଜଣାଯାଉଛି।
ସ୍ଥାନୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନୀରବତା ପ୍ରଶ୍ନର ଅବସ୍ଥାକୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ଶୀଘ୍ର ସମ୍ପୂର୍ଣ୍ଣ କରି ପିଡିଏସ୍ ଚାଉଳ ଯୋଗାଣ ସାଧାରଣ କରିବାକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ କାର୍ଯ୍ୟାଳୟ ଉପରେ ଚାପ ବଢ଼ିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *