
କୋରାପୁଟ, ୩୧/୭ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଭାନ ମହାଜନ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ଗୁରୁବାର ଦିନେ କୋଟିଆ ପଞ୍ଚାୟତ ଗସ୍ତ କରିଥିଲେ। ସେ ଓଡ଼ିଶା ସରକାରଙ୍କ ଦ୍ଵାରା କୋଟିଆ ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡ଼ିକର ସ୍ଥଳ ପରିଦର୍ଶନ କରି ବିବରଣୀ ନେଇଛନ୍ତି।
ଜିଲ୍ଲାପାଳ କୋଟିଆ ପଞ୍ଚାୟତର ଅନେକ ଗ୍ରାମକୁ ଗସ୍ତ କରି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେ ଗ୍ରାମବାସୀଙ୍କ ଦୁଃଖ-କଷ୍ଟ, ଅଭାବ ଓ ସମସ୍ୟା ଗୁଡ଼ିକୁ ସାକ୍ଷାତ୍କାରରେ ପଚାରି ବୁଝିଛନ୍ତି ଓ ସମସ୍ୟା ଗୁଡ଼ିକୁ ଦୃତ ଭାବରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ସ୍ଥାନୀୟ ଲୋକମାନେ ତାଙ୍କ ଏହି ପ୍ରୟାସକୁ ସ୍ଵାଗତ କରି ସ୍ନେହ ଓ ସମର୍ଥନ ଜଣାଇଛନ୍ତି। ଜିଲ୍ଲାପାଳଙ୍କ ଏହି ପ୍ରଥମ ଗସ୍ତରେ ଉଚ୍ଚ ଆଶା ଓ ସ୍ଥାନୀୟ ଉନ୍ନତି ପ୍ରତି ଅଭିଲାଷା ବଢ଼ିଛି।