ନୂତନ ଜିଲ୍ଲାପାଳଙ୍କୁ କୋରାପୁଟ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

Spread the love

କୋରାପୁଟ, ୦୨/୦୮ ନବ ନିଯୁକ୍ତ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଓଡ଼ିଶା ୟୁନିଅନ୍ ଅଫ୍‌ ଜର୍ନାଲିଷ୍ଟ୍‌ (ଓ ୟୁ ଜେ ) ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେ ଜେ ଡି ଏସ୍ ଏସ୍ ) ପକ୍ଷରୁ ଏକ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଜିଲ୍ଲାପାଳଙ୍କୁ ଫୁଲତୋଡା ଓ ଶୁଭେଚ୍ଛା ଜଣାଯାଇଥିଲା। ସଂଘ ସଭାପତି ଶଶଧର ରାଉତ ଜିଲ୍ଲାର ବିଭିନ୍ନ ଜନମୁଖୀ ସମସ୍ୟା ବିଶେଷକରି ବିବାଦୀୟ କୋଟିଆ ପଞ୍ଚାୟତ ଅଞ୍ଚଳ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ମହାଜନ ଏହି ସମସ୍ୟାମାନେ ଉପରେ ଗଭୀର ଧ୍ୟାନ ଦେବା ଓ ଆଗାମୀ ଦିନରେ ଜିଲ୍ଲାର ସମଗ୍ର ବିକାଶ ପାଇଁ ଆଲୋଚନା କରିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ଶଶଧର ରାଉତଙ୍କ ନେତୃତ୍ବରେ ଅନେକ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ, ଯେପରି: କାର୍ଯ୍ୟକାରୀ ସଭାପତି ଶରତ ନାୟକ, ଉପଦେଷ୍ଟା ପରିକ୍ଷିତ ବିଶ୍ୱାଳ, ସାଧାରଣ ସମ୍ପାଦକ ରଂଜନ ଦାସ, ସଂଗଠନ ସମ୍ପାଦକ ପରମେଶ୍ବର ସାହୁ, ସହ ସମ୍ପାଦକ ଶରତ  ଧଳ,ତୁଷାର ମହାନ୍ତି, ପ୍ରଣୟ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ପଣ୍ଡା, ସନ୍ତୋଷ ପାତ୍ର ଓ ଅନେକ ଅନ୍ୟାନ୍ୟ।
ଏହି ସାକ୍ଷାତକାର ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସାମ୍ବାଦିକ ମାନେ ଜିଲ୍ଲାର ସମସ୍ୟା ଓ ବିକାଶ ଉପରେ ସର୍ବଙ୍ଗୀଣ ଆଲୋଚନା କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *