ବୋଲବମ୍ ଭ୍ୟାନ୍ ଧକ୍କାରେ ବାପା-ପୁଅ ଙ୍କ ମୃତ୍ୟୁ
କନ୍ୟାଶ୍ରମ ନିକଟରେ ହୃଦୟବିଦାରକ ଦୁର୍ଘଟଣା।

Spread the love

କୋରାପୁଟ, ୨/୮ବୋଲବମ୍ ଯାତ୍ରାରେ ଲାଗିଥିବା ଏକ ଭ୍ୟାନ୍ ଧକ୍କାରେ ବାଇକରେ ଯାଉଥିବା ବାପା ଓ ତାଙ୍କ ପାଞ୍ଚ ବର୍ଷ ବୟସର ପୁଅ ସ୍ଥଳୀରେ ମୃତ୍ୟୁବରଣ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ।
ସୂଚନା ଅନୁଯାୟୀ, ଭ୍ୟାନ୍ଟି କାକରିଗୁମାରୁ ବୋଲବମ୍ ଭକ୍ତମାନେଙ୍କୁ ବସାଇ ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବାଇକଟି ପୋଡାଗଡ ଅଭିମୁଖେ ଯାଉଥିବା ବେଳେ ଭ୍ୟାନ୍ ଧକ୍କା ଦେଉଥିବାରୁ ବାଇକ ଲୁଟି ଜଳିଯାଇଥିବା ଜଣାପଡ଼ିଛି।
ଘଟଣା ସ୍ଥଳରେ ବାପା ଓ ପୁଅଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ବେଳେ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣା ସ୍ଥଳରେ ଦେଖିବାକୁ ମିଳିଥିବା ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ଅବାକ୍ ଓ ବିସ୍ମିତ।
ପୋଲିସ ଦଳ ଭ୍ୟାନ୍ ଚାଳକଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରୁଛି। ଏହି ଦୁଃଖଦ ଘଟଣା ସହର ଜନମାନସରେ ଶୋକର ଛାୟା ବିସ୍ତାର କରିଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *